om academy

ଦେଓଗାଁ ବ୍ଲକ ଆଦିବାସୀ ସଂଘ ପକ୍ଷରୁ ଅର୍ଜୁନପୁରରେ ୨୭ତମ ଆଦିବାସୀ ଦିବସ ପାଳିତ

jsm

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ଦିନ ୧୨ଟା ସମୟରେ ଦେଓଗାଁ ବ୍ଲକ ଆଦିବାସୀ ସଂଘ ତରଫରୁ ଅର୍ଜୁନପୁର ଗାଁର ବାତ୍ୟା ଆଶ୍ରୟସ୍ଥଳୀରେ ଦେଓଗାଁ ବ୍ଲକର ବିଭିନ୍ନ ଗାଁରୁ ଆସିଥିବା ଆଦିବାସୀମାନେ ଏକତ୍ରିତ ହୋଇ ୨୭ତମ ବିଶ୍ଵ ଆଦିବାସୀ ଦିବସ ପାଳନ ହୋଇଯାଇଛି । ଏହି ବୈଠକକୁ ଦେଓଗାଁ ବ୍ଲକ ଆଦିବାସୀ ସଂଘର ସଭାପତି ସୁରଥ ଧରୁଆ ସଭାପତିତ୍ୱ କରିଥିଲେ । ଅତିଥି ଭାବେ ସୁରଥ ଧରୁଆ, ମକାରୁ କାଲସାଏ, ପିତାମ୍ବର ପ୍ରଧାନି, ମହେନ୍ଦ୍ର ମଲ୍ଲିକ, ଦଶରଥ ଭୋଇ ପ୍ରମୁଖ ଯୋଗ ଦେଇଥିଲେ । ଅର୍ଜୁନପୁର ଗାଁର ମହିଳା ନେତ୍ରୀ ସୂର୍ଯ୍ୟକାନ୍ତି ଉପସ୍ଥିତ ଥିଲେ । ଦେଓଗାଁ ବ୍ଲକର ସକ୍ରିୟ ସଭ୍ୟ, ସଭ୍ୟାଙ୍କ ମଧ୍ୟରେ ବିଜୟ କାଲସାଏ, ଗିରିଧାରୀ କୁଅଁର, ତ୍ରିଲୋଚନ ପୁଟା, ରବି ଝାଙ୍କର, ଉପେନ୍ଦ୍ର ଧରୁଆ, ଗଣେଶ୍ୱର ପୂଟା, ସୁଶିଲ କାଲସାଏ, ହିମାଂଶୁ ଶେଖର ମାଝୀ, ଦିବାକର ପୂଟା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଦେଓଗାଁ ବ୍ଲକ ଆଦିବାସୀ ସଂଘର ସଭ୍ୟ ରୂପଧର ପୂଟା ସଭା ପରିଚାଳନା କରିଥିବା ବେଳେ ହିମାଂଶୁ ଶେଖର ମାଝୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.