ଧର୍ମପରାୟଣା ମହିଳା ଶୈଳବାଳା ବେହେରାଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପେଲେସ୍‌ ଲାଇନ ନିବାସୀ ଧର୍ମପରାୟଣା ମହିଳା ଶୈଳବାଳା ବେହେରା(୮୫)ଙ୍କ ଆଜି ଭୋର୍‌ ୫ଟା ସମୟରେ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ଅଶ୍ୱିନୀ ବେହେରାଙ୍କ ଧର୍ମପତ୍ନୀ ଶ୍ରୀମତୀ ବେହେରା ଜଣେ ପରୋପକାରୀ, ଶ୍ରଦ୍ଧାମୟୀ ମହିଳା ହୋଇଥିବା ବେଳେ ତାଙ୍କ ଦେହାନ୍ତରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ପୁତ୍ର ସୂର୍ଯ୍ୟନାରାୟଣ ବେହେରା, ଜୟନାରାୟଣ ବେହେରା, ଶଶାଙ୍କ ଶେଖର ବେହେରା, ପଦ୍ମନାଭ ବେହେରା, ସୁନୀଲ ବେହେରା ଓ ଝିଅ ସୁଧାକ୍ରିଷ୍ଣା ହୋତା ତାଙ୍କ ମୃତ୍ୟୁ ସମୟରେ ପାଖରେ ଉପସ୍ଥିତ ଥିଲେ । ତାଙ୍କ ଶେଷକୃତ୍ୟ ସମାପ୍ତ ହୋଇ ଯାଇଥିବା ବେଳେ ମୁଖାଗ୍ନି ଦେଇଥିଲେ ତାଙ୍କର ଜ୍ୟେଷ୍ଠ ପୁତ୍ର ସୂର୍ଯ୍ୟନାରାୟଣ ବେହେରା ।

Leave A Reply

Your email address will not be published.