ବିଦେଶୀ ମଦ ଦୋକାନରୁ ଡକାୟତି : ଲକ୍ଷାଧିକ ଟଙ୍କାର ମଦ ସହ ବ୍ୟାପକ ସାମଗ୍ରୀ ଚୋରି ଅଭିଯୋଗ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକରେ କରୋନାର ଦ୍ୱିତୀୟ ଲହରକୁ ପ୍ରତିହିତ କରିବା ପାଇଁ ପ୍ରଶାସନ ପକ୍ଷରୁ ଲକଡାଉନ୍ ଓ ସଟ ଡାଉନ ଜାରି ରହିଥିବା ବେଳେ ଏହାର ସୁଯୋଗ ନେଇ ଗତ ରାତି ପ୍ରାୟ ୧୦.୩୦ସମୟରେ ରାମପୁର ଛକରେ ଥିବା ବିଦେଶୀ ମଦ ଦୋକାନରେ ଏକ ୮ଜଣିଆ ଡକାୟତ ଦଳ ପଶି ୬ ଲକ୍ଷ ଟଙ୍କାର ବିଦେଶୀ ମଦ ସହ ଏକ ସ୍କୁଟି, ଇନଭର୍ଟର, କମ୍ପ୍ୟୁଟର ହାଡ଼ଡିସ୍କ ଲୁଟି ନେଇଥିବା ବେଳେ ସେଲ୍‌ସ୍‌ମ୍ୟାନ ସହ ଦୁଇ ଜଣକୁ ବାନ୍ଧି ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏ ସଂପର୍କରେ ଥାନାରେ ଏତଲା ଦିଆଯିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି । ଘଟଣାରୁ ପ୍ରକାଶ ଯେ, ଗତ ରାତି ପ୍ରାୟ ସାଢେ଼ ଦଶଟା ସମୟରେ ଏକ ଅଟୋ ରିକ୍ସାରେ ୮ ଜଣମୁଖା ପିନ୍ଧା ବ୍ୟକ୍ତି ରାମପୁର ଛକରେ ଥିବା ଏକ ନୂତନ ବିଦେଶୀ ମଦ ଦୋକାନ ଉପରେ ଆସି କବାଟ ଭାଙ୍ଗି ଡକାୟତି କରିଥିଲେ । ସେହି ଦୋକାନରେ ସେଲ୍‌ସ୍‌ମ୍ୟାନ ଅନୀଲ କୁମାର ସ୍ବାଇଁ ଅନ୍ୟ ଜଣେ ଶୋଇଥିବା ବେଳେ ତାଙ୍କୁ ମାଡ଼ ମାରିବା ସହ ହାତ ଗୋଡ ବାନ୍ଧି ୬ ଲକ୍ଷ ଟଙ୍କାର ବିଦେଶୀ ମଦ, ଏକ ସ୍କୁଟି, ଇନଭର୍ଟର ମେସିନ, ବ୍ୟାଟେରୀ ଓ ସି ସି କ୍ୟାମେରାର କମ୍ପ୍ୟୁଟରର ହାର୍ଡଡିସ୍କ ନେଇଥିବା ଜଣାପଡ଼ିଛି । ବିଦେଶୀ ମଦ ଦୋକାନ ପକ୍ଷରୁ ଏନେଇ ଏକ ଲିଖିତ ଏତଲା ଦିଆଯିବା ପରେ ତୁମୁଡିବନ୍ଧ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା କହିଛନ୍ତି ଥାନା ଅଧିକାରୀ ବାବାଶଙ୍କର ସରାଫ ।

Leave A Reply

Your email address will not be published.

3 × 4 =

error: Content is protected !!