
ଟିଟିଲାଗଡ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ସାମ୍ବାଦିକ ସମ୍ମିଳନୀ – ଟିଟିଲାଗଡ ବିଧାୟକ ନବିନ ଜୈନଙ୍କ ନେତୃତ୍ୱରେ ଟିଟିଲାଗଡକୁ ଜିଲ୍ଲା ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଦାବୀପତ୍ର
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଶୁକ୍ରବାର ଦିନ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସିଥିଲେ । ତେବେ ଶନିବାର ଦିନ ସକାଳେ ସାର୍କିଟ ଗେଷ୍ଟ ହାଉସ ଠାରେ ଟିଟିଲାଗଡ ବିଧାୟକ ନବୀନ ଜୈନଙ୍କ ନେତୃତ୍ୱରେ ଟିଟିଲାଗଡ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ସଭାପତି ବିକାଶ ଭୋଇ, ସମ୍ପାଦକ କାର୍ତ୍ତିକ ଛତର, ପୂର୍ବତନ ନଗରପାଳ ଶୁଭ୍ରାଂଶୁ ଦାଶ, ସମାଜ କଲ୍ୟାଣ ପରିଷଦର ସଭାପତି ପ୍ରମୋଦ ସରାଫ, ପୂର୍ବତନ ସରପଞ୍ଚ ସଂଘ ସଭାପତି ଶ୍ରୀ ପ୍ରଦୀପ ସାହୁ, ସଚେତନ ନାଗରିକ ନାଗରିକ କମିଟିର ସଦସ୍ୟ ହରି ବହିଦାର, ଲାୟନ୍ସ କ୍ଲବର ପୂର୍ବତନ ସଭାପତି ଲିଙ୍ଗରାଜ ସାହୁ, ବ୍ରାହ୍ମଣ ସମାଜର ସଭାପତି ସୁବୋଧ ଦାସ, ବରିଷ୍ଠ ଆଇନଜୀବୀ ପଙ୍କଜ ପାଢ଼ୀ, ଶ୍ୟାମା ପ୍ରସାଦ ଗରିଆ, ଦେବେନ୍ଦ୍ର କୁମାର ମିଶ୍ର ଓ ଅନ୍ୟ ସଙ୍ଗଠନର ସଦସ୍ୟମାନେ ଯାଇ ଟିଟିଲାଗଡ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ପ୍ରଦାନ ଦାବିରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦାବିପତ୍ର ଗ୍ରହଣ କରିବା ସହ ନୂତନ ଜିଲ୍ଲା ଲିଷ୍ଟରେ ଟିଟିଲାଗଡର ନାଁ ଅଛି ବୋଲି କହିଥିଲେ । ଯେତେବେଳେ ନୂତନ ଜିଲ୍ଲ୍ଲା ଗଠନର ପ୍ରକ୍ରିୟା ଆରମ୍ମ୍ଭ ହେବ ସେହି ସମୟରେ ଟିଟିଲାଗଡ଼କୁ ଅଗ୍ରାଧିକାର ଦିଆଯିବ ବୋଲି କହିଥିଲେ । ବିଧାୟକ ନବୀନ ଜୈନ ଏବଂ ଅନ୍ୟମାନେ ମୁଖ୍ୟମନ୍ତ୍ରୀଙ୍କ ଠାରେ କୃତଜ୍ଞତା ଜଣାଇଛନ୍ତି ।