ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାନନୀୟ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଉପରେ ହୋଇଥିବା ଜୋତା ମାଡ ମୁଖ୍ୟ ଅଭିଯୁକ୍ତ ଓକିଲ ରାକେଶ କିଶୋରଙ୍କର ଲାଇସେନ୍ସ ରଦ୍ଦ ସହିତ ଜେଲଦଣ୍ଡ ଏବଂ ସମସ୍ତଙ୍କର ସାମ୍ନାରେ କ୍ଷମା ପ୍ରାର୍ଥନା, ହରିୟାନାରେ ସିନିୟର ଆଇପିଏସ୍ ଅଫିସରଙ୍କୁ ଚାପ ପକାଇଥିବା ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରିଥିବା ସେହି ୧୨ ଜଣ ବରିଷ୍ଠ ଅଧିକାରୀଙ୍କୁ ଜେଲ ଦଣ୍ଡ ଦେବା ସହିତ ପୀଡିତାଙ୍କ ପରିବାରରୁ ଜଣକୁ ଚାକିରି ଦେବା ସହିତ ଗ୍ୱାଲିୟରରେ ସମ୍ବିଧାନ ନିର୍ମାତା ମହାମାନବ ବାବା ସାହେବ ଡ. ବି. ଆର୍. ଆମ୍ବେଦକରଙ୍କ ଉପରେ କଟୁ ମନ୍ତବ୍ୟ ଦେଇଥିବା ଅନିଲ ମିଶ୍ରଙ୍କୁ ବେଲ ବିହୀନ ଜେଲ ଏବଂ ସମସ୍ତ ଦେଶବାସୀଙ୍କୁ କ୍ଷମା ପ୍ରାର୍ଥନା କରିବା ନିମନ୍ତେ ଆଜି ଜିଲ୍ଲାପାଳ ବଲାଙ୍ଗିରଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଭୀମ ଆର୍ମି ଜୟ ଭୀମ ସଂଗଠନ ରାଜ୍ୟ ସଭାପତି ଅଚ୍ୟୁତ କୁମ୍ଭାରଙ୍କ ନେତୃତ୍ୱରେ ଏବଂ ପଶ୍ଚିମ ଓଡିଶା ଇନ୍ଚାର୍ଯ୍ୟ ଅନିଲ କୁମାର ମୁଗ୍ରୀ, ଗାନ୍ଧୀ ନାଗ, ଯଶୋବନ୍ତ ବରିହା, ରାକେଶ ନାଏକ, ଭାସ୍କର ନନ୍ଦ, ଜୟରତ ନନ୍ଦ, ହିତେଶ ସାଗରଙ୍କ ଉପସ୍ଥିତିରେ ଦାବିପତ୍ର ଦିଆଯାଇଥିଲା ।
Prev Post