jsm

ସରକାରୀ ନିଯୁକ୍ତିରେ ଆବେଦନ ବୟସ ସୀମା ୪୨ ବର୍ଷ ବୃଦ୍ଧି ନିମନ୍ତେ ଦାବୀପତ୍ର

csstore

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଓଡ଼ିଶା ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କା ଙ୍କ ନିର୍ଦେଶ କ୍ରମେ ସରକାରୀ ନିଯୁକ୍ତିରେ ଆବେଦନ ବୟସ ସୀମା ୪୨ ବର୍ଷ ବୃଦ୍ଧି ନିମନ୍ତେ ବରଗଡ ଜିଲ୍ଲା ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି ସୁଶାନ୍ତ ସାହୁଙ୍କ ନେତୃତ୍ୱରେ ଜିଲ୍ଲା ଯୁବ କଂଗ୍ରେସ ତରଫରୁ ମୁଖ୍ୟ ଶାସନ ସଚିବଙ୍କୁ ଅତିରିକ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ଦାବୀପତ୍ର ପ୍ରଦାନ କରାଯାଇଛି ।

ଓଡିଶାରେ ସରକାରୀ ନିଯୁକ୍ତି ପାଇଁ ବୟସ ସୀମାରେ ତାରତମ୍ୟ ଥିବାରୁ ବହୁ ମେଧାବୀ ଛାତ୍ରଛାତ୍ରୀମାନେ ଉଚ୍ଚତର ଶିକ୍ଷା ହାସଲ ପରେ ମଧ୍ୟ ସରକାରୀ ଚାକିରିରେ ଆବେଦନ ପାଇବାରୁ ସୁଯୋଗରୁ ବଂଚିତ ହେଉଛନ୍ତି । ପ୍ରକାଶ ଯୋଗ୍ୟ କି ବର୍ତ୍ତମାନ ସରକାରୀ ଚାକିରିରେ ରାଜ୍ୟର ସାଧାରଣ ବର୍ଗଙ୍କ ବୟସ ସୀମା ୩୨ ବର୍ଷ ଥିବା ବେଳେ, ଗୋଆରେ ୪୫, ଆସାମରେ ୪୪, ତେଲେଙ୍ଗାନାରେ ୪୪, ଆନ୍ଧ୍ରରେ ୪୨, ଉତ୍ତରପ୍ରଦେଶ, ରାଜସ୍ଥାନ, ପଞ୍ଚିମବଙ୍ଗ ଓ ମଧ୍ୟପ୍ରଦେଶରେ ୪୦ ବର୍ଷ ଧାର୍ଯ୍ୟ କରାଯାଇଛି । ଏହା ସତ୍ୟ ଯେ, ଓଡ଼ିଶାରେ ସର୍ବୋଚ୍ଚ ବୟସ ୪୨କୁ ସୀମା ବୃଦ୍ଧି କରାଗଲେ ଆଶାୟୀ ପ୍ରାର୍ଥୀଙ୍କ ଆବେଦନ ସଂଖ୍ୟା ମଧ୍ୟ ସେହି ଅନୁପାତରେ ବୃଦ୍ଧି ହେବ ବୋଲି ମତ ପ୍ରକାଶ ପାଇଛି । ଏହି କାର୍ଯ୍ୟକ୍ରମ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଅଭିଳାଷ ପତି, ଜିଲ୍ଲା ଯୁବ କଂଗ୍ରେସ ସୋସିଆଲ ମିଡ଼ିଆ ସଂଯୋଜକ ପପୁ କୁମ୍ଭାର, ପ୍ରିୟରଞ୍ଜନ ଦାସ, ଲକ୍ଷ୍ମନ ସୁନା, ବାବୁଲି କୁମ୍ଭାର ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.