ଖପ୍ରାଖୋଲରେ ଗାଁ ସାଥୀ ସଙ୍ଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବୀ ପତ୍ର ପ୍ରଦାନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସାରା ରାଜ୍ୟରେ ବିଭିନ୍ନ ଦାବୀ ନେଇ ଗାଁ ସାଥୀ ସଂଘ ତରଫରୁ ଆନ୍ଦୋଳନ ଡାକରା ଦେଇଥିବା ବେଳେ ସଂଘର ଖପ୍ରାଖୋଲ ବ୍ଲକ ଶାଖା ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ଶନିବାର ବିଡିଓ ବିଜୟ କୁମାର ହୋତାଙ୍କୁ ପ୍ରଦାନ କରିଛନ୍ତି । ଦାବୀଗୁଡ଼ିକ ମଧ୍ୟରେ ଗାଁ ସାଥୀ ତଥା ମେଟ୍‌ମାନଙ୍କୁ ମାସିକ ୧୦ହଜାର ଟଙ୍କା ଦରମା ପ୍ରଦାନ ସହ ସରକାରୀ ମାନ୍ୟତା । ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତ ଯୋଜନାର କଣ୍ଟିଯେନ୍ସି ଫଣ୍ଡରୁ ସ୍ମାର୍ଟ ଫୋନ ପ୍ରଦାନ, ଗାଁ ସାଥୀଙ୍କ ଆନ୍ଦୋଳନ ସମୟରେ ଇଏନ୍‌ଏମ୍‌ଏମ୍‌ଏସ୍‌ ରେଜିଷ୍ଟ୍ରେସନ ବନ୍ଦ କରିବା ଆଦି ଦାବୀ ରହିଛି । ଏହି ଅବସରରେ ସଂଘର ବ୍ଲକ ସଭାପତି ତପିନ୍ଦ୍ର ସୁନା, ବୈଜୟନ୍ତୀ ସରାଫ, ସମ୍ପାଦକ ବିନୋଦ ପ୍ରଧାନ, ସରୋଜ ସାହୁ, ରୋହିତ ଭୋଇ ପ୍ରମୁଖ ଗାଁ ସାଥୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

17 − 2 =

error: Content is protected !!