csstore

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ ଦଫା ଦାବୀପ୍ରଦାନ କଲେ ରାଜ୍ୟ ବହୁମୁଖି ସ୍ୱାସ୍ଥ୍ୟ କର୍ମୀ ଓ ସ୍ଵାସ୍ଥ୍ୟ ପରିଦର୍ଶକ

ତୁରେକେଲା, (କୈଳାସ ସଗ୍ରିଆ) : ଆଜି ତୁରେକେଲା ସ୍ୱାସ୍ଥ୍ୟ କର୍ମୀ ଓ ସ୍ଵାସ୍ଥ୍ୟ ପରିଦର୍ଶକ ସଂଘ ତରଫରୁ ବିଭିନ୍ନ ସମସ୍ୟାକୁ ନେଇ ସ୍ଥାନୀୟ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଏହି ଦାବୀପତ୍ର ପ୍ରଦାନ ସମୟରେ ସଂଘର ଚେୟାରମେନ ସୁଶୀଳା କିସାନ୍, ସଭାପତି ବୈଷ୍ଣବୀ ନାଗ, ଉପସଭାପତି ଅଶୋକ କୁମାର ସାହୁ, ସମ୍ପାଦକ ସିକନ୍ଦର ଭୋଇ, କୋଷାଧ୍ୟକ୍ଷ  ଆଶିସ କୁମାର ପଶାୟତ, ସଦସ୍ୟ ରାଜକୁମାର ଭୋଇ, ଦୟାନିଧି ନାୟକ, ମିନି ମାଝୀ, ଯୋଗେଶ୍ୱର ମଲ୍ଲିକ, ନମିତା ମିଶ୍ର, ପ୍ରଭାସିନୀ ମଲ୍ଲିକ, ପ୍ରଣିତା ରାୟ, ପଙ୍କଜିନି ବାରିକ୍, ପାଙ୍କଜିନୀ ଦୋରା, ପ୍ରଦୀପ ବାଗ୍, ସିମାଞ୍ଚଲ୍ ପ୍ରଧାନ, ଜ୍ୟୋତି ଶଙ୍କର ବେହେରା, ରୀମା ଭୋଈ ପ୍ରମୁଖ ଉପସ୍ଥିତ ଥିଲେ । ଯଦି ଦାବୀ ପୂରଣ ନ ହେଲେ ଆସନ୍ତା ପର୍ଯ୍ୟାୟରେ କଳା ବେଚ୍ ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରିବାକୁ ବାଧ୍ୟ ହେବୁ ବୋଲି ସଂଘ ତରଫରୁ ଚେତାବନୀ ଦିଆଯାଇଛି ।

jayashree
Leave A Reply

Your email address will not be published.