pakka

ବରଗଡ ଜିଲ୍ଲାରେ ବାହାର ଜିଲ୍ଲାର ଅପେରା ବନ୍ଦ ପାଇଁ ଜିଲ୍ଲାପାଳଙ୍କୁ କେଏମ୍‌ଏମ୍ ଦେଲା ଦାବୀପତ୍ର

bbehera

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାରେ ବାହାର ଜିଲ୍ଲାର ଅପେରା ବନ୍ଦ ପାଇଁ ବରଗଡ଼ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅନ୍ୟ ଅଧିକାରୀଙ୍କୁ କୋଶଳ ରାଏଜ ମୁକ୍ତି ମୋର୍ଚ୍ଚାର ବରଗଡ଼ ଜିଲ୍ଲା ସଭାପତି ଘନଶ୍ୟାମ ସାହୁଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଦାବୀପତ୍ର ଦେଇଥିଲେ । ଅନ୍ୟ ଜିଲ୍ଲାର ଅପେରା ପ୍ରଦର୍ଶନ କଲେ ଅଞ୍ଚଳର ଅର୍ଥନୀତି ଉପରେ ପ୍ରଭାବ, ଚୋରି, ଡକାୟତି, ଜୁଆ ଆଦି ବୃଦ୍ଧି ପାଇବାର ଆଶଙ୍କା ଅଛି ବୋଲି ମତ ପ୍ରକାଶ ପାଇଥିଲା । ଆଜିର ଏହି ଦାବୀପତ୍ର ଦେବା ସମୟରେ କୁଶ ସାହୁ, ନିଲେଶ ପ୍ରଧାନ, ଟୁନା ଦେବତା, ନରେଶ ଦୀପ, ରିକୁ ସାହୁ ପ୍ରମୁଖ କୋଶଳ ସଂଗ୍ରାମୀମାନେ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

9 − two =

error: Content is protected !!