ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦର ଦାବୀ : ଉପକୂଳ ରାଜପଥ ନିର୍ମାଣ ନିଷ୍ପତ୍ତିର ପୁନଃବିଚାର ହେଉ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ୨୦୧୪ ମସିହାରେ ଗୋପାଳପୁର ଠାରୁ ପଶ୍ଚିମବଙ୍ଗର ଦିଘା ପର୍ଯ୍ୟନ୍ତ ଉପକୂଳ ରାଜପଥ କରାଯିବା ନିମନ୍ତେ କେନ୍ଦ୍ରସରକାର ୫ ହଜାର କୋଟି ମଞ୍ଜୁର କରି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ନିର୍ମାଣ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଦୀର୍ଘ ୭ ବର୍ଷ ପରେ ରାଜ୍ୟ ସରକାର ଏହି ନକ୍ସାକୁ ପରିବର୍ତ୍ତନ କରି ଖୋର୍ଦ୍ଧା ଜିଲାର ଟାଙ୍ଗିଠାରୁ ଦିଘା ଯାଏଁ ଉପକୂଳ ରାଜପଥ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେଇଥିବାରୁ ଦକ୍ଷିଣ ଓଡ଼ିଶାବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଗୋପାଳପୁର ଠାରୁ ଦିଘା ଯାଏଁ ଉପକୂଳ ନିର୍ମାଣ ହୋଇଥିଲେ ଦକ୍ଷିଣ ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ବିକାଶ କରିବା ସହ ଲାଭବାନ ହୋଇଥାନ୍ତା ଏବଂ ଗୋପାଳପୁର ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଗଣିତ ହୋଇପାରିଥାନ୍ତା । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଦକ୍ଷିଣ ଓଡ଼ିଶାବାସୀଙ୍କ ପ୍ରତି କୁଠାରଘାତ କରିଛି । ତେଣୁ ଏହାର ପୁନଃବିଚାର କରିବା ପାଇଁ ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦର ଆବାହକ ରବି ରଥ ନିବେଦନ କରି ପୂର୍ବ ନିଷ୍ପତ୍ତି ପ୍ରକାରେ ଗୋପାଳପୁର ଠାରୁ ଦିଘା ଯାଏଁ ଉପକୂଳ ରାଜପଥ ନିର୍ମାଣ କରିବା ପାଇଁ ନିବେଦନ କରିଛନ୍ତି । ଫଳରେ ଦକ୍ଷିଣ ଓଡ଼ିଶା ବାଣିଜ୍ୟ ଓ ବିକାଶ କ୍ଷେତ୍ରରେ ସଫଳତା ହାସଲ କରିପାରିବ ।

Leave A Reply

Your email address will not be published.

5 × three =