pakka

ବଲାଙ୍ଗିର ଜିଲ୍ଲା କୃଷକ ମହାସଂଘ ଭେଟିଲା ଜିଲ୍ଲାପାଳଙ୍କୁ, ତୁରନ୍ତ କୃଷି ବୀମା ରାଶି ପ୍ରଦାନ ପାଇଁ ଦାବୀ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା କୃଷକ ମହାସଂଘର ପ୍ରତିନିଧି ଦଳ ଜିଲ୍ଲାପାଳ ଚଂଚଳ ରାଣାଙ୍କୁ ଭେଟି ତୁରନ୍ତ କୃଷି ବୀମା ରାଶି ପ୍ରଦାନ ପାଇଁ ଦାବୀ ଜଣାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଆଜି ପୂର୍ବାହ୍ନ ୧୧ଟା ସମୟରେ ବଲାଙ୍ଗିର ଜିଲ୍ଲା କୃଷକ ମହାସଂଘର ଅଧ୍ୟକ୍ଷ ଜତି ପଧାନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଉପରୋକ୍ତ ଦାବୀ ଜଣାଇଛନ୍ତି । ମହାସଂଘ ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାର ୮୦ଟି ଗ୍ରାମ ପଞ୍ଚାୟତର ଚାଷୀମାନଙ୍କୁ ଗତବର୍ଷର ବୀମା ରାଶି ପ୍ରଦାନ କରାଯାଇଥିବା ବେଳେ ବାକି ୧୦୪ଟି ଗ୍ରାମ ପଞ୍ଚାୟତର ଚାଷୀମାନେ ବୀମା ରାଶି ପାଇନାହାନ୍ତି ।

Leave A Reply

Your email address will not be published.

eight + eighteen =