oom

ମାଣ୍ତୋସିଲରେ ମୁନିକଚନ୍ଦ ମାଝୀ ମେମୋରିଏଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ମାଣ୍ତୋସିଲ ଖେଳ ପଡିଆ ଠାରେ ମୁନିକ ଚନ୍ଦ୍ର ମାଝୀ ମେମୋରିଏଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ – ୨୦୨୧ ଉଦଘାଟିତ ହୋଇଯାଇଛି । ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ଓ ସମ୍ମାନିତ ଅତିଥି ଭାବରେ ମାଣ୍ତୋସିଲ ସରପଞ୍ଚ ହିମାଦ୍ରୀ ପୁଟା ଉପସ୍ଥିତ ଥିଲେ । ପ୍ରଥମ ମ୍ୟାଚରେ ବରତୁଣ୍ତା ଓ ପତ୍ରାଗୁଡା ମଧ୍ୟରେ ଅନୁଷ୍ଠିତ ଏହି ମ୍ୟାଚରେ ପତ୍ରାଗୁଡା ଦଳ ବିଜୟ ଲାଭ କରିଥିଲେ । ପ୍ରଥମ କ୍‌କ୍ୱାଟର ଫାଇନିଲ ମ୍ୟାଚ୍ ପତ୍ରାଗୁଡା ଓ ବେଲପଡା ପତ୍ରାପାଲି ମଧ୍ୟରେ ହୋଇଥିଲା । ଏଥିରେ ପତ୍ରାପାଲି ଦଳ ବିଜୟ ଲାଭ କରି ପ୍ରଥମ ଦଳ ଭାବେ ସେମି ଫାଇନାଲରେ ପହଞ୍ଚିଛି । ମୋଟ ୨୪ ଟି ଦଳ, ୫ ଦିନ ଧରି ଆସନ୍ତା ୨୬ ତାରିଖରେ ଫାଇଲନାଲ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି କମିଟିର ସଭାପତି ନିର୍ମଲ ନାୟକ ପ୍ରକାଶ କରିଛନ୍ତି । ଖେଳ ପରିଚାଳନା କରିଥିଲେ ଦେବସିଂ ଭରାସାଗର, ଦେବ ମ୍ୟାସ ପୁଟା, ସରୋଜ ପ୍ରଧାନ ବଂ ରମାକାନ୍ତ ରଣା । ସେ୍‌ସ୍କାରର ବିଜୟ ବରିହା ରହିଥିବା ବେଳେ ଧାରା ବିବରଣୀ ପ୍ରଦାନ କରିଥିଲେ ଲଳିତ ଜଗତ ଓ ମନୋରଞ୍ଜନ ମଲ୍ଲିକ । ରାଧାକାନ୍ତ ରଣା, ହେମାନନ୍ଦ ବିଶ୍ବାଳ, ଗୋକୁଲା ବିଶ୍ବାଳ, ମହେଶ ଚନ୍ଦ୍ର ନାୟକ, ଅନିଲ ଦାସ, ଲୋକନାଥ ନାୟକ, ଅନିଲ ଦାସ, ଦୁଶମନ୍ତ ସାହୁ, ଉଗ୍ରେସନ ପ୍ରଧାନ, ଲିଙ୍ଗରାଜ ପୁଟା, ଦୁଃଖିରାମ ସରିଆଁ, ଲୋଚନ କାରେ, ମହେନ୍ଦ୍ର ଭୋଇ, ଦୁର୍ୟ୍ୟୋଧନ ସାହୁ, ବିଭୁ ରଞ୍ଜନ ରାଓ ପ୍ରମୁଖ କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.