ନକ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଲଡୁଗାଁ ଦଳ ଚାମ୍ପିୟନ

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ମିନି ଷ୍ଟାଡିୟମରେ ଲଡୁଗାଁ ନକ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଯାପନୀ ଫାଇନାଲ ଖେଳରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଯୋଗଦେଇ ଗ୍ରାମାଞ୍ଚଳରେ ଖେଳ ଓ ଖେଳାଳିଙ୍କୁ ପ୍ରୋତ୍ସାହନ ମିଳିଲେ ହିଁ ସେମାନେ ଆଗକୁ ବଢ଼ିବେ ବୋଲି ମତ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଲଡୁଗାଁ ହାଇସ୍କୁଲ ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାସ, ଦୁଷ୍ମନ୍ତ ବାଗ, ଧ୍ୱଜ ମହାନନ୍ଦ ପ୍ରମୁଖ ଯୋଗ ଦେଇଥିଲେ । ଫାଇନାଲ ମ୍ୟାଚ୍‌ରେ କପୁରମାଲ ଦଳକୁ ହରାଇ ଲଡୁଗାଁ କ୍ରିକେଟ ଟିମ୍‌ ଚାମ୍ପିୟନ ହୋଇଥିବା ବେଳେ ଉଭୟ ବିଜେତା ଓ ଉପବିଜେତା ଦଳକୁ ଉପସ୍ଥିତ ଅତିଥିମାନେ ଟ୍ରଫି ସହ ପୁରସ୍କୃତ କରିଥିଲେ । ଫାଇନାଲ ଖେଳକୁ ଅମ୍ପାୟାର ଭାବେ ପ୍ରେମ କୁମାର ବାଗ ଓ ଅଜିତ କୁମାର ଠାକୁର, ସ୍କୋର ବୋର୍ଡରେ ଆଶିଷ ଲିଓ ଏବଂ ନାଥ ସିଂ ସହଯୋଗ କରିଥିଲେ । ଫାଇନାଲ ଖେଳ ଉପଭୋଗ କରିବାକୁ ଖେଳ ପଡ଼ିଆରେ ଶତାଧିକ ସଂଖ୍ୟାରେ କ୍ରୀଡା ପ୍ରେମୀ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.

12 − nine =