oom

ବରଗଡ଼ ଜିଲ୍ଲା ଆନ୍ତଃ କ୍ଲବ୍ ବରିଷ୍ଠ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ : ପ୍ରଥମ ମ୍ୟାଚରେ ବ୍ଲୁ ଡ଼ାଇମଣ୍ଡ କ୍ଲବର ବିପୁଳ ବିଜୟ

jsmm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଭିଜନ ୨୦- ୨୪ ଆନୁକୁଲ୍ୟରେ ଆଜି ବରଗଡ଼ ଲେଂଗୁ ମିଶ୍ର ମିନି ଷ୍ଟାଡିୟମରେ ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଆୟୋଜିତ ଆନ୍ତଃ କ୍ଲବ୍ ବରିଷ୍ଠ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ସଂଘର ଉପ ସଭାପତି ଶୁଭ୍ରାଂଶୁ ଶେଖର ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଜିଲ୍ଲା କ୍ରିକେଟ ଆସୋସିଏସନର ସଭାପତି ହରିହର ପ୍ରଧାନ ପ୍ରତିଯଗିତାକୁ ଉଦଘାଟନ କରିଥିଲେ । ଆସନ୍ତା ମାସ ୧ ତାରିଖରେ ଏହି ପ୍ରତିଯୋଗିତାର ଫାଇନାଲ ଖେଳ ବିକାଶ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଏଥିରେ ଜିଲ୍ଲାର ୧୫ ଟି କ୍ଲବ୍ ଭାଗ ନେଇଛନ୍ତି । ଉଦଘାଟନୀ ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ଯୁଗ୍ମ ସମ୍ପାଦକ ସଚ୍ଚିଦାନନ୍ଦ ପଣ୍ଡା, କୋଷାଧ୍ୟକ୍ଷ ଗୁରୁଦତ୍ତ ଦାସ, ବରିଷ୍ଠ ସଦସ୍ୟ ପ୍ରଦିପ ନନ୍ଦ, ସନ୍ତୋଷ ପଣ୍ଡା, ପ୍ରଦୀପ ସାହୁ ନବୀନ ଲାଠ, ଚନ୍ଦ୍ର ଶେଖର ପ୍ରଧାନ, ସୌର୍ୟ୍ୟ ରଞ୍ଜନ ରାଏ, ଅମିୟ ସାହୁ, ରଜତ ଦାସ, ୱିଲସନ ସିଂ ପ୍ରମୁଖ ଉପସ୍ଥିତ ଥିଲେ । ଆଜିର ପ୍ରଥମ ଖେଳରେ ବରଗଡ଼ ବ୍ଲୁ ଡାଇମଣ୍ଡ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଦଳର ସମସ୍ତ ଖେଳାଳୀ ୩୫.୫ ଓଭରରେ ୨୭୬ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲେ । ଦଳ ପକ୍ଷରୁ ବରିଷ୍ଠ ଖେଳାଳୀ ମହମ୍ମଦ ସଲିମ ୯ ଚୌକା ୭ ଛକା ବଳରେ ୯୨ ରନ, ସୁମିତ ରାଏ ୧୧ ଚୌକା ୨ ଛକ୍କା ସହ ୬୬ ରନ ଓ ଅମିତ୍ ବିକ୍ରମ ରାଉତଙ୍କ ୩ ଚୌକ୍କା ୬ ଛକ୍କା ସହ ୫୩ ରନ କରିଥିଲେ । ପ୍ରତିପକ୍ଷ ଉତ୍କଳ ଶାନ୍ତି ପକ୍ଷରୁ ପିକେଶ୍ ସ୍ୱାଇଁ ୬୩/୩, ଯଶୋବନ୍ତ ବେହେରା ୩୪/୨, ସରୋଜ ପ୍ରଧାନ ୭୦/୨ ୱିକେଟ୍ ନେଇଥିଲେ । ଜବାବରେ ଉତ୍କଳ ଶାନ୍ତି କ୍ଲବର ଖେଳାଳୀ ମାନେ ବ୍ଲୁ ଡ଼ାଇମଣ୍ଡ ଦଳର ବୋଲର ମାନଙ୍କ ମୁକାବିଲା କରି ନ ପାରି ମାତ୍ର ୨୨.୨ ଓଭର ଖେଳି ୧୦୩ ରନ କରି ଅଲ୍ ଆଉଟ୍ ହୋଇ ଯିବା ଫଳରେ ବ୍ଲୁ ଡ଼ାଇମଣ୍ଡ ଦଳ ମ୍ୟାଚକୁ ୧୭୩ ରନର ବୃହତ୍ ବ୍ୟବଧାନରେ ଜିତି ନେଇଥିଲେ । ଉତ୍କଳ ଶାନ୍ତି ପକ୍ଷରୁ ଉମେଶ ଦୀପ ୬ ଟି ଚୌକ୍କା ଓ ୧ ଛକ୍କା ସହ ସର୍ବାଧିକ ୩୪ ରନ, ହିମାଂଶୁ ଭୋଇ ୧୬ ରନ, ସରୋଜ ପ୍ରଧାନ ୧୬ ରନ କରିଥିଲେ । ପ୍ରତିପକ୍ଷ ବ୍ଲୁ ଡ଼ାଇମଣ୍ଡ ଦଳ ପକ୍ଷରୁ ଦେବେନ୍ଦ୍ର କୁଅଁର ମାତ୍ର ୧୩ ରନ ଦେଇ ୫ ୱିକେଟ୍, ରୂପକ ପ୍ରଧାନ ୪୧ ରନ ଦେଇ ୩ ୱିକେଟ୍, ପ୍ରେରିତ ଟପୋ ୧ ରନ ଦେଇ ୧ ୱିକେଟ୍ ନେଇଥିଲେ । ଖେଳ ପରିଚାଳନା କରିଥିଲେ ଅମିୟ ଭୂଷଣ ସାହୁ ଓ ପ୍ରଦିପ ଦାଶ । ଅନ ଲାଇନ୍ ସ୍କୋରର ଥିଲେ ରଜତ ଦାଶ ଓ ମାନୁଏଲ ସ୍କୋରର ଥିଲେ ମନୋଜ ପାତ୍ର ।

jittmm
Leave A Reply

Your email address will not be published.