oum

ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୭୯ : ବଲାଙ୍ଗିର ପୌରାଂଚଳରେ ୩୪, ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭୫୪

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ କରୋନ ଆକ୍ରାନ୍ତଙ୍କ ସଂଖାଁ ୭୯ ରହିଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୩୪ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ଆଗଲପୁର ବ୍ଲକ ବୁଦୁଲା ଗ୍ରା.ପ.ରୁ ଜଣେ, ବଲାଙ୍ଗିର ବ୍ଲକ ଚୁଡ଼ାପାଲି ଓ ତୁଷୁରାବାହାଲ ଗ୍ରା.ପ.ରୁ ଜରେ ଲେଖାଏଁ ଏବଂ ମନହୀରା ଗ୍ରା.ପ.ରୁ ୨ ଜଣ ଚିହ୍ନଟ ହୋଇଛନ୍ତି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୧୧ରୁ ୭ ଜଣ, ୧୯ରୁ ୫ ଜଣ, ୨୦ରୁ ୬ ଜଣ, ୭ ଓ ୧୫ରୁ ୪ ଜଣ ଲେଖାଏଁ, ୬ ଓ ୧୪ରୁ ୨ ଜଣ ଲେଖାଏଁ, ୫, ୮, ୧୦, ୧୮ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ବଙ୍ଗୋମୁଣ୍ଡା ବ୍ଳକ ଗୁହୁରିଆପଦର ଗ୍ରା.ପ.ରୁ ଜଣେ, ବେଲପଡ଼ା ବ୍ଳକ ମଧ୍ୟପୁର ଗ୍ରା.ପ.ରୁ ଜଣେ, ବେଲପଡ଼ା ଗ୍ରା.ପ.ରୁ ୨ ଜଣ, ମଣ୍ଡଲ ଗ୍ରା.ପ.ରୁ ଜଣେ, ଦେଓଗାଁ ବ୍ଲକ ଉପରବାହାଲ ଓ ଗାଇବାହାଲ ଗ୍ରା.ପ.ରୁ ଜଣେ ଲେଖାଏଁ, ଲୋଇସିଂହା ବ୍ଲକ ବୁଢ଼ୀପଦର, ଉପରବାହାଲ ଓ ବୁର୍ଡା ଗ୍ରା.ପ.ରୁ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଥିବା କୁହାଯାଇଛି ।

ସରକାରୀ ସୂତ୍ର ଅନୁସାରେ କଂଟାବାଂଜି ଏନ୍‌ଏସି ୱାର୍ଡ ନଂ.୨ରୁ ୩ ଜଣ, ୫ରୁ ଜଣେ, ୭ରୁ ୨ ଜଣ, ୮ରୁ ୨ ଜଣ ଓ ୧୦ରୁ ଜଣେ ଆକ୍ରାନ୍ତ ହୋଇଥିବା ବେଳେ ପାଟଣାଗଡ଼ ଏନ୍‌ଏସି. ୱାର୍ଡ ନଂ.୭ରୁ ୩ ଚଣ ଓ ୧୪ରୁ ଜଣେ, ଟିଟିଲାଗଡ଼ ମ୍ୟୁନିସିପାଟିଲି ୱାର୍ଡ ନଂ.୭ରୁ ଜଣେ ସଂକ୍ରମଣର ଶିକାର ହୋଇଛନ୍ତି । ମୁରିବାହାଲ ବ୍ଲକ ବାନ୍ଧୁପଲା ଗ୍ରା.ପ.ରୁ ଜଣେ, ପାଟଣାଗଡ଼ ବ୍ଲକ ବଥର୍ଲା ଗ୍ରା.ପ.ରୁ ୪ ଜଣ, ଡଙ୍ଗାବାହାଲ ଓ ତେଣ୍ଡାପଦର ଗ୍ରା.ପ.ରୁ ଜଣେ ଲେଖାଏଁ, ପୁଇଁନ୍ତଲା ବ୍ଲକ ଦଶପୁର ଗ୍ରା.ପ.ରୁ ଜଣେ, ସଇଁନ୍ତଲା ବ୍ଲକ ସଇଁନ୍ତଲା ଗ୍ରା.ପ.ରୁ ୩ ଜଣ, ଭଦ୍ରା ଓ ଜୁରାବନ୍ଧ ଗ୍ରା.ପ.ରୁ ଜଣେ ଲେଖାଏଁ, ଟିଟିଲାଗଡ଼ ବ୍ଲକ ଲୁଥୁରବନ୍ଧ ଓ କୁରସୁଡ଼୍‌ରୁ ଜଣେ ଲେଖାଏଁ ଏବଂ ତୁରେକେଲା ବ୍ଲକ ବୁରୋମାଲ ଗ୍ରା.ପ.ରୁ ଜଣେ କରୋନା ଆକ୍ରାନ୍ତ ହୋଇଛନ୍ତି ।

ରିପୋର୍ଟ ଅନୁସାରେ ବଲାଙ୍ଗିର ଜିଲ୍ଲାରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭୫୪ ରହିଛି । ଆଜି ପର୍ଯ୍ୟନ୍ତ ସର୍ବମୋଟ ୯୯୦୬ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୧୦୫ ଜଣ ସୁସ୍ଥ ହୋଇ ସାରିଛନ୍ତି ।

Leave A Reply

Your email address will not be published.