ହୁସିଆର୍‌ : ଗତ ୨୪ ଘଂଟାରେ ବଲାଙ୍ଗିର ଜିଲ୍ଲାରେ ୨୧୬ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉପରମୁହାଁ କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ବଲାଙ୍ଗିର ଜିଲ୍ଲାରେ ୨୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ସରକାର । ଏଭଳି ସଂକ୍ରମିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ସଜାଗ ରହିବା ପାଇଁ ଜିଲ୍ଲାପାଳ ଚଂଚଳ ରାଣା ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ସରକାରୀ କୋଭିଡ଼ ଗାଇଡ୍‌ ଲାଇନ୍‌ ମାନି ଚଳିବାକୁ ପରାମର୍ଶ ଦେବା ସହ ସବୁବେଳେ ମାସ୍କ ପିନ୍ଧିବା, ବାରମ୍ବାର ସାବୁନରେ ହାତ ଧୋଇବା, ସାନିଟାଇଜର୍‌ ବ୍ୟବହାର କରିବା ସହ ଭିଡ଼ ସ୍ଥାନରୁ ନିଜକୁ ଦୂରେଇ ରଖିବା ପାଇଁ ସେ ବଲାଙ୍ଗିରବାସୀଙ୍କୁ ଅନୁରୋଧ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଦ୍ୱିତୀୟ ଲହର ବେଳେ ବଲାଙ୍ଗିର ଜିଲ୍ଲାରେ ଭୟଙ୍କର ବିନାଶଲୀଳା ଦେଖାଇଥିଲା କରୋନା । ଏବେ ଆସୁଛି ଏହାର ତୃତୀୟ ଲହର । ଆମେ ସତର୍କ ରହିଲେ, ତୃତୀୟ ଲହର ଆମ ପାଇଁ ବିଶେଷ କ୍ଷତିକାରକ ହୋଇ ପାରିବ ନାହିଁ । ଏଣୁ ଆସନ୍ତୁ, ସମସ୍ତେ କରୋନା କଟକଣା ପାଳନ କରିବା ଓ ନିଜକୁ ଏବଂ ମାନବ ସମାଜକୁ ସୁରକ୍ଷିତ ରଖିବା ପାଇଁ ସଂକଳ୍ପ ନେବା ।

Leave A Reply

Your email address will not be published.