jsm

ଉପର ମୁହାଁ କରୋନା ସଂକ୍ରମଣ : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୧୩୦ ନୂଆ ଆକ୍ରାନ୍ତ ଚିହ୍ନଟ, ବଲାଙ୍ଗିର ଜିଲ୍ଲାରୁ ୧୭

csstore

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଉପର ମୁହାଁ କରୋନା ସଂକ୍ରମଣ । ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୧୩୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୧୪୩ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୩୪୫ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୬୨ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪୬୮ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୨, ବାଲେଶ୍ୱରରୁ ୨୫, ବରଗଡରୁ ୨୩, ଭଦ୍ରକରୁ ୧୪, ବଲାଙ୍ଗିରରୁ ୧୭, ବୌଦ୍ଧରୁ ୧, କଟକରୁ ୧୧୧, ଦେବଗଡରୁ ୩, ଢେଙ୍କାନାଳରୁ ୩, ଗଜପତିରୁ ୫, ଗଞ୍ଜାମରୁ ୪, ଜଗତସିଂହପୁରରୁ ୧୦, ଯାଜପୁରରୁ ୩୬, ଝାରସୁଗୁଡାରୁ ୨୫, କଳାହାଣ୍ଡିରୁ ୯, କନ୍ଧମାଳରୁ ୧୭, କେନ୍ଦ୍ରାପଡାରୁ ୧୮, କେନ୍ଦୁଝରରୁ ୧୧, ଖୋର୍ଦ୍ଧାରୁ ୨୦୯, କୋରାପୁଟରୁ ୧୧, ମାଳକାନଗିରିରୁ ୧, ମୟୁରଭଞ୍ଜରୁ ୯୩, ନବରଙ୍ଗପୁରରୁ ୯, ନୟାଗଡରୁ ୩୩, ନୂଆପଡାରୁ ୧୬, ପୁରୀରୁ ୧୪, ରାୟଗଡାରୁ ୧୪, ସମ୍ବଲପୁରରୁ ୧୦୬, ସୋନପୁରରୁ ୧୮, ସୁନ୍ଦରଗଡରୁ ୨୨୫, ଷ୍ଟେଟପୁଲରୁ ୪୭ ଜଣ ଚିହ୍ନଟ ହୋଇଛନ୍ତି ।

yuvodaya
Leave A Reply

Your email address will not be published.