pakka

ବଲାଙ୍ଗିର ଜିଲ୍ଲାରେ ୧୫ କରୋନା ଆକ୍ରାନ୍ତ ଚିହ୍ନଟ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ବ୍ଲକର ମନହୀରା ଗ୍ରା.ପ.ରୁ ଜଣେ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ.୨ ଓ ୧୮ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖପ୍ରାଖୋଲ ବ୍ଲକ ଖପ୍ରାଖୋଲ ଗ୍ରା.ପ.ରୁ ଜଣେ ଏବଂ ଘୁନସର ଗ୍ରା.ପ.ରୁ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଲୋଇସିଂହା ବ୍ଲକ ଲୋଇସିଂହା ଗ୍ରା.ପ.ରୁ ୨ ଜଣ ଓ କନ୍ଦାଜୁରୀ ଗ୍ରା.ପ.ରୁ ଜଣେ ଚିହ୍ନଟ ହୋଇଛନ୍ତି । ସେହିପରି ପୁଇଁନ୍ତଲା ବ୍ଲକ ଛତାପିପଲ ଗ୍ରା.ପ., ସଇଁନ୍ତଲା ବ୍ଲକ ବିବିନା ଗ୍ରା.ପ.ରୁ ଜଣେ ଲେଖାଏଁ କରୋନା ସଂକ୍ରମିତ ଜଣା ପଡ଼ିଥିବା ରିପୋର୍ଟରେ କୁହାଯାଇଛି । ଟିଟିଲାଗଡ଼ ବ୍ଲକ କୁରସୁଡ଼ ଗ୍ରା.ପ.ରୁ ୨ ଜଣ ଓ ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୯ ଓ ୮ରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

jay balangir
Leave A Reply

Your email address will not be published.

seven − 5 =