p purohi

ବିଜୁ ଜନତା ଦଳର ୨୫ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ବୃକ୍ଷ ରୋପଣ

dr. purohit

କଳାହାଣ୍ଡି, (ନରୋତ୍ତମ ସେଲମା) : ବିଜେଡିର ପଚିଶ ବର୍ଷ ପୂର୍ତ୍ତି ଅବସରରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ସିର୍ଜାପାଲି, ହାତୀଖୋଜ ଏବଂ କର୍ଲାମୁଣ୍ଡା ବ୍ଲକର ସର୍ଗୁଲ ମାଲପଡାଠାରେ ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ଆଜି ବୃକ୍ଷ ରୋପଣ କରାଯାଇଛି । ଏହି ଅବସରରେ କଳାହାଣ୍ଡି ଜିଲ୍ଲାର ଐତିହାସିକ ଶୈବ ପୀଠ ବେଲଖଣ୍ଡି ମନ୍ଦିର ପ୍ରାଙ୍ଗଣରେ ଆଗାମୀ ଦିନ ରକ୍ତଦାନ ଶିବିର ଆୟୋଜନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ରାଜ୍ୟ ଯୁବ ବିଜେଡି ଉପସଭାପତି ମଣ୍ଟୁ ନାଏକ, ଜିଲ୍ଲା ଛାତ୍ର ବିଜେଡି ସଭାପତି ଅଜିତ କୁମାର ସାହୁ, କର୍ଲାମୁଣ୍ଡା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ସାହୁ, ଜିଲ୍ଲା ପରିଷଦ ସଭ୍ୟା ଗୀତାଞ୍ଜଳି ସାହୁ, ଛାତ୍ର ବ୍ଲକ ସଭାପତି ସଲିମ ଶେଖର ରଣା, ଯୁବ ନେତା ଚିନ୍ମୟ ମିଶ୍ର, ଯୁବ ସଭାପତି ସଂଗୀତ ଭୋଇ, ଲୋକେସ ସାହୁ, ସୁଭେନ୍ଦୁ ସାହୁ, ଜିଲ୍ଲା ଯୁବ ସମ୍ପାଦକ ବିଶ୍ୱ ଦୀପକ ପାତ୍ର, ଆର୍ତ ସିଂ, ପିଣ୍ଟୁ ରଣା, ଦେବେନ୍ଦ୍ର ପ୍ରସାଦ କୁମାର, ଅନିଲ ଦାସ, ଯୁବ ବିଜେଡି ଡିଜିଟାଲ ସଂଯୋଜକ ସୋନୁ ରଣା, ଲାଲବାହାଦୂର ନାଏକ, ମାନସ ନାଏକ ପ୍ରମୁଖ ଯୋଗ ଦେଇଥିଲେ ।

nrusinghnath
Leave A Reply

Your email address will not be published.