csstore

କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା କୃଷି କାର୍ଯ୍ୟାଳୟକୁ ଘେରାଉ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲାରେ ସାରର ଅଭାବ ସମସ୍ୟାକୁ ନେଇ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି ଜିଲ୍ଲା କୃଷି କାର୍ଯ୍ୟାଳୟକୁ ଘେରାଉ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବର୍ତ୍ତମାନ ଖରିଫ୍ ଚାଷ ଚାଲିଥିବା ବେଳେ ଜିଲ୍ଲାରେ ଆବଶ୍ୟକ ୟୁରିଆ, ଡିଏପି ପରି ସାର ମିଳୁନଥିବା, ସରକାରୀ ଧାର୍ଯ୍ୟଦରରୁ ଅଧିକ ଦାମରେ ଚାଷୀ କିଣିବାକୁ ବାଧ୍ୟ ହେଉଥିବା ପରି ସମସ୍ୟା ସହ ଆବଶ୍ୟକ ସାର ଯୋଗାଣକୁ ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ଏକ ଦାବୀପତ୍ର ଦିଆଯାଇଛି । ଜିଲ୍ଲା ଯୁବ କଂଗ୍ରେସର ସୁଧୀର ପଣ୍ଡାଙ୍କ ନେତୃତ୍ୱରେ କଂଗ୍ରେସର ବରିଷ୍ଠ ନେତା ବିନୋଦ ପାତ୍ର, ଜିତେନ୍ଦ୍ର ପଟ୍ଟନାୟକ, ଜିଲ୍ଲା କିଷାନ୍ କଂଗ୍ରେସର ସଭାପତି ନରେନ୍ଦ୍ର ପଣ୍ଡା ଓ ରବୀନ୍ଦ୍ର ହୋତାଙ୍କ ସହ କର୍ମୀ ଓ କୃଷକମାନେ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.