csstore

ଆଜି ଟିଟିଲାଗଡ଼କୁ ମୁଖ୍ୟମନ୍ତ୍ରୀ ନବୀନଙ୍କ ଗସ୍ତକୁ ନେଇ ୨୦ ଜଣ କଂଗ୍ରେସ କର୍ମୀ ଥାନାରେ ଅଟକ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗସ୍ତ କରୁଥିବା ବେଳେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ସିଂ ଭୋଇ, ବ୍ଳକ କଂଗ୍ରେସ ସଭାପତି ଗୁଣ ସାଗର ମାଝୀ, ସୁବ୍ରତ ବେହେରାଙ୍କ ସମେତ ୨୦ ଜଣ କଂଗ୍ରେସ କର୍ମୀକୁ ଥାନାରେ ଅଟକ ରଖିଛନ୍ତି । ଅନ୍ୟପଟେ ପୂର୍ବତନ ମନ୍ତ୍ରୀ ଶ୍ରୀ ସିଂ ଭୋଇ ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ, ପାନୀୟ ଜଳ ଯୋଗାଣ, ସଇଁନ୍ତଲା ବ୍ଳକକୁ ଏନ୍‌ଏସ୍‌ସି ମାନ୍ୟତା ଦାବୀ ଭଳି ଅନେକ ପ୍ରସଙ୍ଗକୁ ନେଇ ଦାବୀ କରିଥିବା ବେଳେ ଯଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସବୁକୁ ପୁରଣ ନ କଲେ ତୀବ୍ର ବିରୋଧ କରାଯିବ ବୋଲି କହିଛନ୍ତି ।

jayashree
Leave A Reply

Your email address will not be published.