ls

କଂଗ୍ରେସ କରିବ ବରଗଡ଼ରେ ଚାଷୀ ସମାବେଶ : ଯୋଗ ଦେବେ ଏଆଇସିସି ସାଧାରଣ ସମ୍ପାଦକ ଚେଲା କୁମାର

sb

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ରେ କଂଗ୍ରେସ ଦଳ ଏକ ବଡ ଧରଣର ଚାଷୀ ସମାବେଶ ଆସନ୍ତା ମାର୍ଚ୍ଚ ୨୨ ତାରିଖରେ ଆୟୋଜନ କରିବାକୁ ଯାଉଛି । ଓଡ଼ିଶାରେ ବିଶେଷ କରି ବରଗଡ଼ ଜିଲ୍ଲାରେ ଚାଷୀ ମାନଙ୍କ ସମସ୍ୟା ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦାସୀନତାର ପ୍ରତିବାଦରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏକ ବଡ଼ ଧରଣର ଚାଷୀ ସମାବେଶ ଦଳ ଆୟୋଜନ କରିବ ବୋଲି ଆଜି ସ୍ଥାନୀୟ ହୋଟେଲ୍ ଗଣପତିର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏହି ବିଷୟରେ ସୂଚନା ଦେଇଛନ୍ତି କଟକ ଜିଲ୍ଲା କଂଗ୍ରେସ ସଭାପତି ତଥା ପ୍ରଦେଶ କଂଗ୍ରେସ ପର୍ୟ୍ୟବେକ୍ଷକ ମାନସ ଚୌଧୁରୀ । ସେ କହିଥିଲେ ଯେ ଆଜି ପ୍ରାୟ ୨୨ ଦିନ ଉପରେ ହେଲା ଟୋକନ୍ ନ ପାଇ ଚାଷୀ ମାନେ ନିଜର ଉପାର୍ଜିତ ଧାନକୁ ବିକ୍ରି କରି ନ ପାରି ପଦ୍ମପୁରରେ ଧାରଣାରେ ବସିଥିବା ବେଳେ ଓଡିଶାର ସରକାର ସମ୍ପୂର୍ଣ୍ଣ ନୀରବଦ୍ରଷ୍ଟା ସଜିବା ଅତି ଦୁଃଖ ଦାୟକ ଅଟେ । ଦିଲ୍ଲୀରେ ଚାଷୀମାନଙ୍କ ଆନ୍ଦୋଳନକୁ କେନ୍ଦ୍ର ସରକାର କର୍ଣ୍ଣପାତ କରୁନଥିବା ବେଳେ ଏଠି ଚାଷୀଙ୍କ କଥା ଓ ବ୍ୟଥାକୁ ରାଜ୍ୟ ସରକାର ଭ୍ରୁକ୍ଷେପ ନ କରିବା ଅତ୍ୟନ୍ତ ନିନ୍ଦନୀୟ ଅଟେ । ଆଜି ମଧ୍ୟ ବରଗଡ଼ ଜିଲ୍ଲାରେ ୨୦୦ରୁ ଉର୍ଦ୍ଧ୍ବ ମାଟ୍ରିକ ଟନ ଧାନ ମଣ୍ଡି ଓ ମଣ୍ଡି ବାହାରେ ପଡ଼ି ରହିଥିବା ବେଳେ ସେହି ଧାନକୁ ସରକାର କ୍ରୟ ନ କରି ଚାଷୀଙ୍କୁ କାହିଁକି ପ୍ରତାଡ଼ିତ କରିଛନ୍ତି, ତାହା ବୁଝି ହେଉନାହିଁ । ଦଳ ଏହାର ଉଚିତ୍ ଜବାବ ମାଗିବ ଓ ଚାଷୀମାନେ ଏହା କେବେବି ଭୁଲିବେନି ଏବଂ ରାଜ୍ୟ ସରକାରଙ୍କ ଏହି ଉଦାସୀନତାର ଉଚିତ୍ ଜବାବ ଚାଷୀକୁଳ ଠିକ୍ ସମୟରେ ଦେବେ ବୋଲି ଶ୍ରୀ ଚୌଧୁରୀ କହିଥିଲେ । ଏହି ଅବସରରେ ଆଗାମୀ ୨୨ ତାରିଖ ଦିନ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଭାରୀ ତଥା ଅଖିଳ ଭାରତୀୟ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଏ. ଚେଲା କୁମାର, ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଂଜନ ପଟ୍ଟନାୟକଙ୍କ ସମେତ ଦଳର ବହୁ ତୁଙ୍ଗ ନେତା, ବିଧାୟକ ଏହି ଚାଷୀ ସମାବେଶରେ ଯୋଗ ଦେବା ସହ ଅତାବିରା ଠାରୁ ଏକ ବିରାଟ ଟ୍ରାକ୍ଟର ଓ ବାଇକ୍ ରାଲିରେ ଆସି ବରଗଡ଼ ଗାନ୍ଧୀ ଛକ ଠାରେ ଉପସ୍ଥିତ ଚାଷୀ ମାନଙ୍କୁ ସମ୍ବୋଧିତ କରିବାର କାର୍ୟ୍ୟକ୍ରମ ରହିଥିବାର ଶ୍ରୀ ଚୌଧୁରୀ ସୂଚନା ଦେଇଥିଲେ । ସେ ଆହୁରି ମଧ୍ୟ ବର୍ତ୍ତମାନ ଠିକ୍ ଖରା ଦାଉ ସାଧିବା ଆରମ୍ଭ କରିଥିବା ବେଳେ ଓ ଛାତ୍ର ଛାତ୍ରୀଙ୍କ ପରୀକ୍ଷା ମୁଣ୍ଡ ଉପରେ ଥିବା ବେଳେ ପ୍ରାଇଭେଟ୍ ବିଦ୍ୟୁତ୍ କମ୍ପାନୀ ଲୋକଙ୍କୁ ବିଦ୍ୟୁତ୍ ବିଲ୍ ପଇଠ କର ନ ହେଲେ ଲାଇନ୍ କଟାଯିବ ବୋଲି ଧମକ ଦେବା ଅତ୍ୟନ୍ତ ଲଜ୍ଜାକର ଅଟେ।ଦଳ ଚେତାବନୀ ଦେଉଛି ଯେ କରୋନା ମାଡରେ ସମଗ୍ର ଓଡ଼ିଶାର ଲୋକ ଆର୍ଥିକ ଅନାଟନ ଦେଇ ଗତି କରୁଛନ୍ତି, ସେହି ସମୟରେ ଲୋକଙ୍କ ତନ୍‌ନ୍ଟି ଚିପି ବେକରେ ଗାମୁଛା ଦେଇ ପଇସା ଯୋର୍ ଜବରଦସ୍ତ୍ ଆଦାୟ କରା ନ ଯାଉ ବୋଲି ସେ କହିବା ସହ ଚେତାବନୀ ଦେଇ କହିଥିଲେ ଯେ ଏହା ଜାରି ରହିଲେ ଦଳ ଜନ ସାଧରଣଙ୍କୁ ସାଙ୍ଗରେ ନେଇ ରାଜ ରାସ୍ତାକୁ ଓହ୍ଲାଇବ । ସରକାର ଏହି ସମୟରେ ସାଧାରଣ ଲୋକଙ୍କ ତଥା ବିଶେଷ କରି ଚାଷୀମାନଙ୍କ ଯେଉଁ ଜଳସେଚନ ପାଇଁ ବିଦ୍ୟୁତ୍ ବ୍ୟବହାର କରି ଦେୟ ବକେୟା ରଖିଛନ୍ତି ତାହାର ବିଭିନ୍ନ ସ୍ଲାବ୍ କରି ବିଦ୍ୟୁତ୍ ଦେୟ ଆଦାୟ କଲେ ଭଲ ହୁଅନ୍ତା ବୋଲି ସରକାରଙ୍କ ପାଇଁ ପତ୍ରକାରଙ୍କ ମାଧ୍ୟମରେ ପ୍ରସ୍ତାବ ରଖିଥିଲେ । ସେ ମହାନଦୀ ପ୍ରସଙ୍ଗରେ ଓ ବରଗଡ ଜିଲ୍ଲା ସୀମାରେ ଛତିଶଗଡ ସରକାରଙ୍କ ପକ୍ଷରୁ ଅନୁପ୍ରବେଶ ଉଦ୍ୟମ ଉପରେ ସାମ୍ବାଦିକ ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ ପ୍ରଥମେ ପାର୍ଟି ଠାରୁ ମାଟି ବଡ, ରାଜନୈତିକ ଦଳ ଆମେ ରାଜନୀତି କରିବୁ କିନ୍ତୁ ଯେଉଁଠି ନିଜ ଜନ୍ମ ମାଟିର ପ୍ରଶ୍ନ ଉଠିବ ସେଠାରେ ଦଳ କେବେ ଲୋକଙ୍କ ସ୍ବାର୍ଥ ସହ ସାଲିସ କରିବ ନାହିଁ । ଆମରର ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଂଜନ ପଟ୍ଟନାୟକ କିଛି ଦିନ ପୂର୍ବରୁ ଏହି ପ୍ରସଙ୍ଗରେ ସେଠାକାର ସରକାରଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଥିବା ବେଳେ ଆଗାମୀ ଦିନରେ ସଭାପତିଙ୍କ ନେତୃତ୍ୱରେ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ମଣ୍ଡଳୀ ସେଠାକୁ ଗସ୍ତ କରି ଆମ ଲୋକଙ୍କ ସ୍ବାର୍ଥ ରକ୍ଷା ପାଇଁ ନିଶ୍ଚିତ ଉଦ୍ୟମ କରାଯିବ ବୋଲି ଶ୍ରୀ ଚୌଧୁରୀ କହିଥିଲେ । ସେ ଆହୁରି କହିଥିଲେ ଓଡ଼ିଶାର ସ୍ବାର୍ଥ ରକ୍ଷା ପାଇଁ ସରକାରଙ୍କ ସମସ୍ତ ପଦକ୍ଷେପକୁ ଆମେ ଏକ ଦାୟିତ୍ଵ ସମ୍ପର୍ନ୍ନ ବିରୋଧୀ ଦଳ ଭାବରେ ନିଶ୍ଚିତ ସମର୍ଥନ କରିବୁ । ଏହି ସାମ୍ବାଦିକ ସମ୍ମିଳନୀକୁ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ନିହାର ରଞ୍ଜନ ମହାନନ୍ଦ, ଜିଲ୍ଲା ପର୍ୟ୍ୟବେକ୍ଷକ ତଥା ସୁନ୍ଦରଗଡ ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ରାଜ କିଶୋର ଷଡ଼ଙ୍ଗୀ, କଂଗ୍ରେସ ନେତା ନିପନ ଦାଶ, ପ୍ରଦୀପ ଦେବତା, ସରୋଜ ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ସମୟରେ କଂଗେସ ନେତା ଯୁଗଳ ପ୍ରସାଦ ସିଂ, ବ୍ରହ୍ମା ମହାକୁଡ, ସରୋଜ ଷଡ଼ଙ୍ଗୀ, ସୁରେଶ ଗନ୍ତାୟତ, ସତ୍ୟ ନାରାୟଣ ଦେବତା, ପାଣ୍ଡବ କର୍ଣ୍ଣ, ପ୍ରତାପ ନାୟକ, ଅଭିଳାଷ ପତି, ସୁଶାନ୍ତ ସାହୁ, ଅମିତ୍ ଆଚାର୍ୟ୍ୟ, ଆଶିଷ ବେହେରା, ଗୌରବ ପତି, ଅଭିଷେକ ନାୟକ, ଜିତୁ ଭୋଇ, ନିହାର ବେହେରା, ଦୀପକ ରାଏ, ଜି.ଶ୍ରୀନିବାସ ପ୍ରମୁଖ ଉପସ୍ଥିତ ଥିଲେ ।

pc pk
Leave A Reply

Your email address will not be published.