oom

ଜିଲ୍ଲା ଯୁବ କଂଗ୍ରେସର ନୂତନ କର୍ମକର୍ତ୍ତା ନିଯୁକ୍ତ : ସାଧାରଣ ଜନତାଙ୍କ ସମସ୍ୟାକୁ ନେଇ ଲଢିବ ଯୁବ କଂଗ୍ରେସ – ପ୍ରେମ ମିଶ୍ର

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଯୁବ କଂଗ୍ରେସରେ ନୂତନ କର୍ମକର୍ତ୍ତା ନିଯୁକ୍ତି ହୋଇଯାଇଛି । ପୂର୍ବରୁ ଦଳ ତରଫରୁ ଜିଲ୍ଲା ଯୁବ କଂଗ୍ରେସ ସଭାପତି ରୂପେ ପ୍ରେମ ପ୍ରକାଶ ମିଶ୍ରଙ୍କୁ ଦାଇତ୍ୱ ଦିଆଯାଇଥିଲା । ଜିଲ୍ଲାର ନୂତନ କର୍ମକର୍ତ୍ତା ନିଯୁକ୍ତି ପାଇଁ ସେ ନୂତନ କର୍ମକର୍ତ୍ତାଙ୍କ ଏକ ତାଲିକା ପ୍ରସ୍ତୁତ କରି ଅନୁମୋଦନ ପାଇଁ ପ୍ରଦେଶ ଯୁବ କଂଗ୍ରେସକୁ ପଠାଇଥିଲେ । ତେବେ ଆଜି ପ୍ରଦେଶ ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କାଙ୍କ ଅନୁମୋଦନ କ୍ରମେ ବଲାଙ୍ଗିର ଜିଲ୍ଲା ଯୁବ କଂଗ୍ରେସରେ ବିଭିନ୍ନ ପଦ ନେଇ ଏକ ତାଲିକା ପ୍ରକାଶ ପାଇଛି । ତାଲିକା ଅନୁସାରେ ଜିଲ୍ଲା ଯୁବ କଂଗ୍ରେସର ପ୍ରବକ୍ତା ଭାବେ ବ୍ୟାସଦେବ ନନ୍ଦ, ଉପସଭାପତି ଭାବେ ରଞ୍ଜିତା ପଟେଲ, ଯଶୋବନ୍ତି ବଘାର, ଅବିନାଶ ପ୍ରସାଦ ସାଏ, ଉତ୍ତମ ସୁନା ଓ ମୁନା ନନ୍ଦଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ସାଧାରଣ ସଂପାଦକ ଭାବେ ସଂଜୀବ କୁମାର ହୋତା, ଅନନ୍ତ ମଛଖଣ୍ଡ, ମହେଶ ରାଉତ, ପ୍ରକାଶ ସାହୁ, ନାସିର ଖାନ ଓ ଅଶ୍ୱିନୀ ରାଉତଙ୍କୁ ନୂତନ ଭାବେ ଦାଇତ୍ୱ ଦିଆଯାଇଛି । ସେହିପରି ରୋଶନ ମିଶ୍ର, ବ୍ରଜ କିଶୋର ମେରଲି, ଶିବାନନ୍ଦ ପାଣିଗ୍ରାହୀ, ଅନନ୍ତ ପ୍ରଧାନ, ବିଭୁ ପ୍ରସାଦ ଦାଶ, ବିବେକ ଜୈନଙ୍କୁ ସଂପାଦକ ଭାବେ ଦାଇତ୍ୱ ଦିଆଯାଇଛି ।

ଏହି ନୂତନ ନିଯୁକ୍ତି ଅଗାମୀ ଦିନରେ ଜିଲ୍ଲାରେ ଯୁବ କଂଗ୍ରେସକୁ ଶକ୍ତିଶାଳୀ କରିବା ସହ ଜିଲ୍ଲାରେ ହୁତ ହୁତ ହୋଇ ବଢିଚାଲିଥିବା ବେକାରୀ ସମସ୍ୟା ବିରୁଦ୍ଧରେ ଲଢେଇ କରିବା ସହ ଦୈନନ୍ଦିନ ଜୀବନରେ ସାଧାରଣ ଜନତା ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାକୁ ନେଇ ସଘଂର୍ଷ ଜାରି ରଖିବ ବୋଲି ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରେମ ପ୍ରକାଶ ମିଶ୍ର କହିଛନ୍ତି । ପ୍ରଦେଶ ଯୁବ କଂଗ୍ରେସ କମିଟିର ସଂପାଦକ ଭାବେ ଅମିତ କୁମାର ନାୟକ ନିଯୁ‌କ୍ତ ହୋଇଛ‌ନ୍ତି । ନବ ନିଯୁକ୍ତ ଯୁବ କର୍ମକର୍ତ୍ତା ମାନେ ତାଙ୍କର ନୂତନ ନିଯୁକ୍ତି ପାଇଁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ଏଆଇସିସି ସଦଶ୍ୟ ତଥା ପ୍ରଦେଶ କଂଗ୍ରେସ ର ବରିଷ୍ଠ ମୁଖପାତ୍ର ସମରେନ୍ଦ୍ର ମିଶ୍ର ଏବଂ ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତି ଚରଣ ଲେଙ୍କାଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।

jittmm
Leave A Reply

Your email address will not be published.