jsm

କମେଡି କଳାକାର ଡୋଲୁଙ୍କର ଏକାଦଶାହ ସମ୍ପର୍ଣ୍ଣ

csstore

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ପଶ୍ଚିମ ଓଡ଼ିଶାର ବିଖ୍ୟାତ କମେଡି କଳାକାର ଡୋଲୁଙ୍କର ୧୧ଦିନିଆ ଶୁଦ୍ଧି କ୍ରିୟା କାର୍ଯ୍ୟ ତାଙ୍କ ବାସଭବନରେ ସମ୍ପର୍ଣ୍ଣ ହୋଇଯାଛି । ଏଥିରେ ପଶ୍ଚିମ ଓଡ଼ିଶା କଳାକାର ସଂଘ ଏବଂ ବିଭିନ୍ନ କଳାକାର ମାନେ ଯୋଗ ଦେଇ ତାଙ୍କ ପରିବାରକୁ ସାନ୍ତ୍ଵନା ଦେଇଥିଲେ । ସଭାପତି ପ୍ରଦିପ ଦେବତା, କଣ୍ଠଶିଳ୍ପୀ ଉମାକାନ୍ତ ବାରିକ୍, ସଂଗୀତ ନିର୍ଦ୍ଦେଶକ କମଲେଶ୍, କମେଡି କଳାକାର ଜୋଗେଶ ଜୋଜୋ, ଗୀତିକାର ଜନକ ସେଠ୍, ରେକଡିଷ୍ଟ ବିଶିକେଶନ୍, ପ୍ରଯୋଜକ ସମୀର, ନୃତ୍ୟ ନିର୍ଦ୍ଦେଶକ ମନୋଜ ସିଂ ଏବଂ ଗୀତିକାର୍ ଚିନ୍ମୟ ଭୋଇ ଇତ୍ୟାଦି ଯୋଗ ଦେଇଥିଲେ । ପଶ୍ଚିମ ଓଡ଼ିଶାର ସବୁ କଲାକାର ଡୋଲୁଙ୍କର ପରିବାର ସାଂଗେ ସବୁଦିନେ ରହିବେ ବୋଲି ପ୍ରଦିପ ଦେବତା, ଉମାକାନ୍ତ ବାରିକ୍, ଜୋଗେଶ ଜୋଜୋ ଏବଂ ଜନକ ସେଠ୍ ଆଶ୍ଵାସନା ଦେଇ ବୁଝେଇଥିଲେ ।

yuvodaya
Leave A Reply

Your email address will not be published.