jayashree

ମା’ ବୁଢ଼ୀ ନାହାକାଣୀ ମନ୍ଦିରରୁ ମୂର୍ତ୍ତି ଚୋରି, ଉତ୍ତେଜନା

ଭୁବନେଶ୍ୱର : ବାଲିଅନ୍ତା ଥାନା ଅନ୍ତର୍ଗତ ବୁଢାଲୋ ଗ୍ରାମର ମା’ ବୁଢ଼ୀ ନାହାକାଣୀ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ମୂର୍ତ୍ତି ସମେତ ଘଣ୍ଟ, ଘଣ୍ଟି ଓ ବିଭିନ୍ନ ପୂଜା ସାମଗ୍ରୀ ଚୋରି ହୋଇଛି । ସୂଚନା ଅନୁସାରେ, ରାତି ପ୍ରାୟ ୧ଟା ସମୟରେ ଦୁର୍ବୃତ୍ତମାନେ ମନ୍ଦିରରେ ପଶି ଚୋରି କରିଥିଲେ । ସିସିଟିଭି କ୍ୟାମେରାରେ ଚୋରି ସମୟରେ ଛତା ଦେଖାଇ ଫୁଟେଜ୍‌କୁ ଆଡ଼ କରାଯାଇଥିବାରୁ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପୁଲିସ ପାଇଁ କଷ୍ଟକର ହୋଇଛି । ମନ୍ଦିର ପରିଚାଳନାକୁ ନେଇ ପୂର୍ବରୁ ବୁଢାଲୋ ଓ ସୁବାଲୋ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ରହିଥିବାରୁ ଘଟଣା ପରେ ଉତ୍ତେଜନା ଦେଖାଦେଇଛି । ବୁଢାଲୋ ଗ୍ରାମବାସୀ ବାଲିଅନ୍ତା ଥାନାରେ ଅଭିଯୋଗ କରିଛନ୍ତି । ମୂର୍ତ୍ତି ସୁବାଲୋ ଗ୍ରାମରେ ଥିବା ନେଇ ଅଭିଯୋଗ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ମୂର୍ତ୍ତି ଉଦ୍ଧାର ହୋଇନାହିଁ । ଗଣ୍ଡଗୋଳ ଆଶଙ୍କାରେ ଘଟଣାସ୍ଥଳରେ ପୁଲିସ ମୁତୟନ ରହିଛି ।

Leave A Reply

Your email address will not be published.