jayashree

ପୋଲିସକୁ ଖୋଲା ଖୋଲି ଚାଲେଞ୍ଜ : ପେଟ୍ରୋଲିଂ ସତ୍ତ୍ୱେ ଦୋକାନର କାନ୍ଥ କଣା କରି ଚୋରି

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଅଞ୍ଚଳରେ କିଛି ଦିନର ନିରବତା ପରେ ଗତ ରାତିରେ ପୁଣି ଏକ ଚୋରି ହେବା ଖବର ମିଳିଛି । ଗତରାତିରେ ଦାରିଙ୍ଗବାଡି ଛକ ଠାରେ ଥିବା ଏକ ଦୋକାନର କାନ୍ଥ କଣା କରି ବ୍ୟବସାୟ ପାଇଁ ରଖି ଥିବା ଖୁଚୁରା ଟଙ୍କା ପଇସା ଓ ବିସ୍କୁଟ ମିକ୍ଚର ଆଦି ବିଭିନ୍ନ ଜିନିଷ ପତ୍ର ଚୋରି ହୋଇଯାଇଛି । ଉକ୍ତ ଛକରେ କଞ୍ଜାମେଣ୍ଡିର ଆଦିକନ୍ଦ ସାହୁ ଗତକାଲି ସବୁଦିନ ପରି ଦୋକାନ ବନ୍ଦ କରି ଆସିଥିଲେ କିନ୍ତୁ ଆଜି ସକାଳୁ ଯାଇ ଦୋକାନ ଖୋଲି ଦେଖିଲା ବେଳକୁ ବିଭିନ୍ନ ଜିନିଷ ବିଛାଡି ହୋଇ ପଡିଥିବା ବେଳେ ବିଭିନ୍ନ ଜିନିଷ ଚୋରି ହୋଇଯାଇଛି । ଏନେଇ ସେ କ. ନୂଆଗାଁ ଥାନାରେ ଜଣାଇବା ପରେ ଏଏସଆଇ ବାସୁଦେବ ପଣ୍ଡା ସହ ପୋଲିସ ଦଳ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିଥିଲେ । ହେଲେ ପୋଲିସର ରାତି ପେଟ୍ରୋଲିଂ ସତ୍ତ୍ୱେ ଚୋରମାନେ ବାରମ୍ବାର ଚୋରି କରି ପୋଲିସକୁ ଚାଲେଞ୍ଜ ଦେଇଥିବା ବେଳେ ତଦନ୍ତ ଜୋରଦାର କରି ଚୋରକୁ ଠାବ କରିବା ପାଇଁ ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.