
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ପଞ୍ଚାୟତ ସମିତିର ଅଷ୍ଟମ ବୈଠକ ଆଜି ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ରମାଦେବୀ ରାଉତରାୟ ଅଧ୍ୟକ୍ଷତା କରିଥିଲେ । ଉକ୍ତ ବୈଠକରେ ମୁଖ୍ୟଅତିଥି ଭାବେ ବିଧାୟକ ଆଶ୍ରିତ ପଟ୍ଟନାୟକ, ଉପାଧ୍ୟକ୍ଷ ଦୁର୍ବାଷା ନିଶଙ୍କ, ବିଡ଼ିଓ ସମୀର ବେହେରା, ଆସିଷ୍ଟାଣ୍ଟ ଏଜୁକେଟିଭି ଇଞ୍ଜିନିଅର ସୁବ୍ରତ କୁମାର ବାରିକ, ଜିପିଓ ନୃସିଂହ ଚରଣ ମିଶ୍ର, ଏସ୍ଡିପିଓ ଦେବାଶିଷ ମିଶ୍ର, ଅତିରିକ୍ତ ତହସିଲଦାର ରାଜେନ୍ଦ୍ର କୁମାର ମହାରଣା, ଅପର୍ଣ୍ଣା ପଣ୍ଡା, ବିଏଫ୍ଓ ଦେବଶର୍ମା ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଜିପିଓ ନୃସିଂହ ଚରଣ ମିଶ୍ର ଅତିଥି ପରିଚୟ ପ୍ରଦାନ ସହ ପୂର୍ବ ବୈଠକର ବିବରଣୀ ପଠନ ଓ ଦୃଢ଼ୀ କରଣ କରାଯାଇଥିଲା । ବିଡ଼ିଓ ସମୀର ବେହେରା ସ୍ୱାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ଏଥିରେ ସରପଞ୍ଚ, ସମିତି ସଭ୍ୟ /ସଭ୍ୟା, ସମସ୍ତ ବ୍ଲକ ସ୍ତରୀୟ ବିଭାଗୀୟ ଅଧିକାରୀ, ଜେଇ ପ୍ରମୁଖ ଉପସ୍ଥିତ ଥିଲେ । ବିଧାୟକ ବିପିଡିପି/ଜିପିଡିପିର ବିଭିନ୍ନ ପ୍ରକଳ୍ପ /ପ୍ରସ୍ତାବିତ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ସିପି ସତ୍ୟବ୍ରତ ବେହେରା ସରକାରଙ୍କ ନୂଆ ନିୟମ ଓ ୨୦୨୬-୨୭ ଆର୍ଥିକ ବର୍ଷର ସମସ୍ତ ୨୧ଟି ପଞ୍ଚାୟର ପ୍ରକଳ୍ପ ପାରିତ ସମ୍ପର୍କରେ ସୂଚନା ପ୍ରଦାନ କରଥିଲେ । ଏଥିସହିତ ବିଧାୟକ ଶ୍ରୀ ପଟ୍ଟନାୟକ ଡେଲାଙ୍ଗ ଅଞ୍ଚଳର ବିକାଶରେ ସମସ୍ତଙ୍କ ସହଭାଗିତା କାମନା ସହ ଏକାଠି ହୋଇ କରିବାକୁ ଆହ୍ୱାନ ଦେଇଥିଲେ । ବିଶେଷ କରି ପାନୀୟ ଜଳ, ଭିବି- ଜି ରାମ ଜି ଆବାସ ଗୃହ, ସ୍ୱାସ୍ଥ୍ୟ, କୃଷି, ମତ୍ସ୍ୟ, ଉଦ୍ୟାନ, ଇରି୍ଗେସନ, ପଶୁ ଚିକିତ୍ସା କେନ୍ଦ୍ର, ରାସ୍ତା, ବିଦ୍ୟୁତ, ଅଙ୍ଗନାୱାଡି ଗୃହ, ମିଶନ ଶକ୍ତି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହୋଇଥିଲା । ଶେଷରେ ଅଧକ୍ଷା ରମାଦେବୀ ରାଉତରାୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।