jayashree

ମଧୁରଚୁଆ ଗ୍ରାମରେ ମହିଳାଙ୍କ ଘରୁ ସୁନା ଅଳଙ୍କାର ଓ ନଗଦ ଟଙ୍କା ଚୋରି ଘଟଣାରେ ଉଦ୍ଧାର କଲା ରମ୍ଭା ଥାନା ପୋଲିସ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ରମ୍ଭା ଥାନା ଅଞ୍ଚଳର ମଧୁରଚୁଆ ଗ୍ରାମରେ ଜଣଙ୍କ ଘରୁ ସୁନା ଅଳଙ୍କାର ସହ ନଗଦ ଟଙ୍କା ଚୋରି ଘଟଣାରେ ସମସ୍ତ ଯାବତୀୟ ଚୋରୀ ଜିନିଷ ସହ ଏହି ଅଭିଯୋଗରେ ସଂପୃକ୍ତ ଜଣେ ମହିଳାଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଘଟଣା ସମ୍ପର୍କରେ ସୂଚନା ଥାଉକି, ଚୋରି ସାମଗ୍ରୀକୁ ଜବତ କରିଥିବା ନେଇ ଛତ୍ରପୁର ଏସଡ଼ିପିଓ ଚନ୍ଦନ ଘଡେ଼ଇ ରମ୍ଭା ଥାନା ଗୃହରେ ଏକ ପ୍ରେସମିଟ୍ ମାଧ୍ୟମରେ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି । ଗିରଫ ହୋଇଥିବା ମହିଳା ଜଣକ ହେଲେ ମଧୁରଚୁଆ ଗ୍ରାମର ମାଲବିକା ନାୟକ (୩୧) । ଅଭିଯୋଗକାରୀ ଜଣକ ହେଲେ ଉକ୍ତ ଗ୍ରାମର ବିନ୍ଦୁ ନାୟକ (୩୦) । ବିନ୍ଦୁ ଗତ ମଙ୍ଗଳବାର ଭୋରୁ ୫.୩୦ ମିନିଟ ସମୟରେ ପରିବାର ସହିତ ନିଜ ସାତ ବର୍ଷର ଝିଅକୁ ଘରେ ଏକୁଟିଆ ଛାଡ଼ି ପଦରକୁ କାମ କରିବାକୁ ଯାଇଥିଲେ । ଝିଅ ସକାଳ ୬ ଘଣ୍ଟା ସମୟରେ କବାଟ ବନ୍ଦ କରି ଟିୟୁସନ ଚାଲି ଯାଇଥିଲେ । ବିନ୍ଦୁ ନିଜ ପରିବାର ସହିତ ସକାଳ ୮ ଘଣ୍ଟା ସମୟରେ ଘରକୁ ଫେରିଥିଲେ । ଅପରାହ୍ନ ୩ ଘଣ୍ଟା ସମୟରେ ଯେତେବେଳେ ବିନ୍ଦୁ ଆବଶ୍ୟକ ଟଙ୍କାକୁ ବାହାର କରିବାକୁ ଯାଇଥିଲେ ସେ ଟଙ୍କା ଅଳଙ୍କାର ରଖିଥିବା ବକ୍ସ ଖୋଜିଥିଲେ । କିନ୍ତୁ ସେ ପାଇନଥିଲେ । ବକ୍ସରେ ନଗଦ ୨୨ ହଜାର ଟଙ୍କା ସହ ୩ଯୋଡ଼ି ସୁନା କାନଫୁଲ, ୨ଟି ସୁନା ଲକେଟ, ୨ଟି ସୁନା ବଳା, ଗୋଟିଏ ସୁନା ଚେନ୍, ଗୋଟିଏ ମଙ୍ଗଳସୂତ୍ର, ରୂପାର ଅଣ୍ଟା ପଟିଆ, ଗୋଟିଏ ରୂପା ଚେନ୍ ଥିଲା । ବିନ୍ଦୁ ଦେଖିବାବେଳକୁ ସେସବୁ କିଛି ନାହିଁ । ଏନେଇ ବିନ୍ଦୁ ରମ୍ଭା ଥାନାରେ ଅଭିଯୋଗ କରିବା ପରେ ରମ୍ଭା ଥାନା ପୋଲିସ କେଶ୍ ନଂ:୩୫୨/୨୬ ମାମଲା ରୁଜ୍ଜୁ କରି ପୋଲିସ ପ୍ରସାଶନ ତଦନ୍ତ ଆରମ୍ଭ କରିଥିଲେ । ବିଶେଷ ସୂତ୍ରରୁ ଖବର ପାଇ ରମ୍ଭା ଥାନା ଆଇଆଇସି କୁମାର ମୁଦୁଲିଙ୍କ ନେତୃତ୍ୱରେ ପୋଲିସ ଟିମ, ସାଇଣ୍ଟିଫିକ ଟିମ, ପୋଲିସ ବିଭାଗ ତଦନ୍ତକାରୀ ସନ୍ଧାନୀ କୁକୁର ସହ ଚୋରି କରିଥିବା ମହିଳାଙ୍କ ଘରେ ଚଢ଼ାଉ କରିଥିଲେ । ମାଳବିକା ନାୟକଙ୍କ ଘର ବାରିପଟୁ ଚୋରି ହୋଇଥିବା ନଗଦ ୧୫ ହଜାର ୩୬୨ ଟଙ୍କା, ୩ ଯୋଡ଼ି ସୁନା କାନଫୁଲ,୨ଟି ସୁନା ଲକେଟ,୨ଟି ସୁନା ବଳା, ଗୋଟିଏ ସୁନା ଚେନ, ଗୋଟିଏ ମଙ୍ଗଳସୂତ୍ର, ରୂପାର ଅଣ୍ଟା ପାତିଆ, ଗୋଟିଏ ରୂପା ଚେନ୍ ଜବତ କରି ଅଭିଯୁକ୍ତ ମହିଳା ମାଳବିକା ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ରମ୍ଭା ଥାନା ପୋଲିସ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.