
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଗୁରୁବାର ରାତିରେ ଅଜନ୍ତା ଫର୍ନିଚର୍ ଦୋକାନ ତଥା ଗୋଦାମ ଘର ଭିତରକୁ ପଶି ଜଣେ ଦୁବୃର୍ତ୍ତ ଚୋରି କରିବାକୁ ଉଦ୍ୟମ କରୁଥିବା ବେଳେ ଦୋକାନ ମାଲିକ ଗୋପାଳ ଜୈନଙ୍କ ପୁଅ ସେହି ଅଜଣା ବ୍ୟକ୍ତିଙ୍କୁ ଧରିବା ସହ ପାଟି କରିଥିଲେ । ପାଟି ଶୁଣି ପରିବାର ଲୋକେ ରୁଣ୍ଡ ହୋଇ ପୋଲିସକୁ ଡାକିବା ପରେ ପୋଲିସ ତୁରନ୍ତ ଘଟଣା ସ୍ଥଳକୁ ପହଞ୍ଚି ଚୋରକୁ କାବୁ କରିଥିଲା । ତେବେ ଏନେଇ ଟିଟିଲାଗଡ ଥାନା କେସ୍ ନଂ. ୧୯୯ ଧାରା : ବିଏନଏସ୍ର ଧାରା ୩୩୧(୪)/୩୦୫(ଏ)/୧୧୮(୧) ଅନ୍ତର୍ଗତ ଅଭିଯୁକ୍ତ ସୁରେଶ ମହାନା, ବୟସ ପ୍ରାୟ ୪୬ ବର୍ଷ ୱାର୍ଡ ନଂ. ୦୧, ଭୈଁସାବଜାର, ପୁରୁଣା କଲେଜ ରୋଡ୍, ଥାନା–ଚାମ୍ପା, ଜିଲ୍ଲା–ଜାଞ୍ଜଗିର-ଚାମ୍ପା (ଛତିଶଗଡ଼) ଗିରଫ କରିବା ସହ ତାଙ୍କ ଠାରୁ ଜବତ ସାମଗ୍ରୀ ଉଦ୍ଧାର କରିଛି ପୋଲିସ । ସେ ଗୁଡ଼ିକ ହେଲା ୧. ଗୋଟିଏ ସୁନା ଚେନ୍ (ଚୋରି ହୋଇଥିବା ସମ୍ପତ୍ତି, ଅଭିଯୁକ୍ତଙ୍କ ଠାରୁ ଉଦ୍ଧାର କରାଯାଇଛି)। ୨. ଗୋଟିଏ ଛୁରୀ (ଘରୁ ପଳାୟନ ସମୟରେ ଆକ୍ରମଣ ପାଇଁ ବ୍ୟବହୃତ ଅପରାଧିକ ଅସ୍ତ୍ର)। ୩. ମୋବାଇଲ୍ ଫୋନ ଓ ନଗଦ ଟଙ୍କା ଜବତ ହୋଇଛି । ତେବେ ଶୁକ୍ରବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ମନୋଜ କୁମାର ମୁଣ୍ଡା ସୂଚନା ଦେଇଛନ୍ତି । ତେବେ ପରିବାରର ସାହାସ ଓ ପୋଲିସ ଅତିଶୀଘ୍ର ପହଞ୍ଚି ଚୋରକୁ କାବୁ କରିବାକୁ ସକ୍ଷମ ହେବା ଦ୍ୱାରା ଚୋରିରୁ ବର୍ତ୍ତିଲେ ପରିବାର ।