oom

ଚାଲିଗଲେ ସମୁଦ୍ରମ୍‌ର ସଭାପତି ବି ଚିତ୍ତାମ୍ମା

jsmm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଚାଲିଗଲେ ସମୁଦ୍ରମ୍‌ର ସଭାପତି ଗୋପାଳପୁରର ବି ଚିତ୍ତାମ୍ମା । ମୁଣ୍ଡରେ ମାଛ ବୋହି ଗାଁକୁ ଗାଁ ବୁଲି ବିକ୍ରି କରୁଥିବା ଧୀବର ମହିଳାଙ୍କ ଦୁଃଖକୁ ନିଜ ଜୀବନରେ ପ୍ରତ୍ୟକ୍ଷ କରିଥିବା ଏହି ଅପାଠୁଆ ମହାନ୍‌ ମହିଳା ରାଜ୍ୟର ୬ଟି ଉପକୂଳ ଜିଲ୍ଲାରେ ହଜାର ହଜାର ମହିଳାଙ୍କ ଅଂଶୀଦାର କରାଇ ସମୁଦ୍ରମ୍‌ ନାମରେ ଆରମ୍ଭ କରିଥିଲେ ସଂଗଠିତ ମାଛ ବ୍ୟବସାୟ । ବି ଚିତ୍ତାମ୍ମା ଡଙ୍ଗା, ଜାଲ, ନିଜର ଶୀତଳିକରଣ ଗୃହ, ଗାଡ଼ି ଆଦିର ବ୍ୟବସ୍ଥା କରି ବ୍ୟବସାୟକ ଦେଇ ପାରିଥିଲେ ନୂଆ ରୂପ । ସମୁଦ୍ର ପରିବେଶର ସୁରକ୍ଷା ଦିଗରେ ତାଙ୍କର ଅବଦାନ ପାଇଁ ସେ ୟୁ ଏନ୍‌ ଆୱାଡର଼୍ ପ୍ରାପ୍ତ ହୋଇଥିଲେ । ଅପାଠୁଆ ଗ୍ରାମୀଣ ମହିଳାଙ୍କ ସଶକ୍ତିକରଣ ଦିଗରେ ଚିତ୍ତାମ୍ମା ଜଣେ ଜ୍ୱଳନ୍ତ ଉଦାହରଣ ସାଜିଥିଲେ ।

jittmm
Leave A Reply

Your email address will not be published.