oom

ଶିଶୁ ଦିବସ ପାଳନ ଅବସରରେ ଭାଷଣ ଦେବା ସମୟରେ ଟଳି ପଡିଲେ ପ୍ରଧାନ ଶିକ୍ଷକ

jsmm

ତୁରେକେଲା, (ପିତାମ୍ବର ଦୀପ) : ଏମିତି ବି ମୃତ୍ୟୁ ଆସେ । ତୁରେକେଲା ବ୍ଲକ କୁଇ ବାହାଲ ହାଇସ୍କୁଲରେ ଶିଶୁ ଦିବସ ପାଳନ ଅବସରରେ ପ୍ରଧାନ ଶିକ୍ଷକଙ୍କ ଦେହାନ୍ତ । ସୂଚନା ଅନୁସାରେ ତୁରେକେଲା ବ୍ଲକ କୁଇବାହଲ ଗାଁ ପଲ୍ଲୀବିକାଶ ପଂଚୟତ ଉଚ୍ଚ ବିଦ୍ୟାଳୟରେ ଆଜି ଶିଶୁ ଦିବସ ପାଳନ ଅବସରରେ ଭାଷଣ ଦେବା ସମୟରେ ସେହି ସ୍କୁଲର ପ୍ରଧାନ ଶିକ୍ଷକ ପର୍ଶୁରାମ ଦାସଙ୍କ ହଠାତ୍‌ ଦେହ ଅସୁସ୍ଥ ହୋଇଯାଇଥିଲା ଫଲରେ ସେ ତଳେ ପଡି ଯାଇଥିଲେ ପରେ ସ୍କୁଲ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ କଣ୍ଟାବାଞ୍ଜ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ । ପ୍ରଧାନ ଶିକ୍ଷକଙ୍କ ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି । କଣ୍ଟାବାଞ୍ଜି ପୋଲିସ ଡାକ୍ତରଖାନା ପହଂଚି ଅଧିକ ତଦନ୍ତ କରୁଛି । ଶବ ବ୍ୟବଚ୍ଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି ।

jittmm
Leave A Reply

Your email address will not be published.