pakka

ପୂର୍ବତନ ସିଡିଏମ୍‌ଓ ଛୁରୀ ମାଡ଼ ଘଟଣା : ଏସ୍‌ପିଙ୍କୁ ଭେଟିଲେ ଆଇଏମ୍‌ଏ ଟିମ୍

bbehera

ଭଦ୍ରକ : ଲୁଟ୍ ପାଇଁ ପୂର୍ବତନ ସିଡିଏମ୍‌ଓଙ୍କୁ ଛୁରୀ ମାଡ଼ ଘଟଣାରେ ଏସ୍‌ପିଙ୍କୁ ଭେଟିଲେ ବରିଷ୍ଠ ନାଗରିକ, ଡାକ୍ତର ସଂଘ ଓ ଇଣ୍ଡିଆନ ମେଡିକାଲ ଆସୋସିଏସନ୍‌ର ସଦସ୍ୟ । ଭଦ୍ରକ ସହରାଞ୍ଚଳ ଥାନା ଅଧିନ ଚାରିଘରିଆଠାରେ ଯାଜପୁର ଜିଲ୍ଲାର ପୂର୍ବତନ ମୁଖ୍ୟ ଚିକିତ୍ସାଧିକାରୀ ରଘୁନାଥ ପାଢ଼ୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ପୂର୍ବରୁ ଘରୁ ଲକ୍ଷାଧିକ ଟଙ୍କା ସହ ସୁନା ଗହଣା ଚୋରି ହୋଇଥିଲା, ଏଥର କିନ୍ତୁ ରଘୁନାଥ ପାଢ଼ୀ ଘରୁ ବାହାରି ଆସିବାରୁ ଲୁଟେରାମାନେ ତାଙ୍କୁ ଆକ୍ରମଣ କରିଥିଲେ । ଏହି ଘଟଣା ପରେ ରଘୁନାଥ ପାଢ଼ୀଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖିଛି । ତେବେ ବାରମ୍ବାର ଘରୁ ଚୋରି ହେଉଥିବା ବେଳେ ଥାନାରେ ଏତଲା ଦିଆଯାଇଥିଲା । କିନ୍ତୁ ପୋଲିସ ଠିକ୍ କାର୍ଯ୍ୟାନୁଷ୍ଠାନ ନେଇଥିଲେ ଅଘଟଣ ଘଟି ନଥାନ୍ତା ବୋଲି ବରିଷ୍ଠ ନାଗରିକ କହିଛନ୍ତି । ଏହି ଘଟଣା ପରେ ଭଦ୍ରକ ଜିଲ୍ଲା ଡାକ୍ତର ସଂଘ, ବରିଷ୍ଠ ନାଗରିକ ସଂଘ ଓ ଇଣ୍ଡିଆନ ମେଡିକାଲ ଆସୋସିଏସନ୍ ଟିମ୍ ଭଦ୍ରକ ଏସ୍‌ପିଙ୍କୁ ଭେଟିଛନ୍ତି । ଏହି ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

jay balangir
Leave A Reply

Your email address will not be published.

20 + 20 =

error: Content is protected !!