ଚନ୍ଦ୍ରଯାନ-୩ର ସଫଳ ଅବତରଣ କାମନା ସ୍ୱରୂପ ଭାରତ ପାଇଁ ଗର୍ବ ଓ ଗୌରବର ଇତିହାସ ଉପରେ ଚର୍ଚ୍ଚା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚନ୍ଦ୍ରଯାନ-୩ର ସଫଳ ଅବତରଣ କାମନା ସ୍ୱରୂପ ଭାରତ ପାଇଁ ଗର୍ବ ଓ ଗୌରବର ଇତିହାସ ଉପରେ ଛାତ୍ରଛାତ୍ରୀମାନଙ୍କୁ ଚର୍ଚ୍ଚା ଓ ଆଲୋଚନା କରି ପିଲାଙ୍କୁ ଏହି ଜ୍ଞାନ କୌଶଳ ଉପରେ ଗଭୀର ଆଲୋକପାତ କରାଯାଇଛି । ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଭାରତର ଚନ୍ଦ୍ରଯାନ-୩ର ସଫଳ ଅବତରଣ କାମନା କରି ଏକ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ଚନ୍ଦ୍ରଯାନ-୩ ସମ୍ବନ୍ଧରେ ଶିଶୁମାନଙ୍କୁ ବୁଝାଇଥିଲେ । ଗତ ମାସ ୧୪ତାରିଖରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶଧବନରୁ ପଠାଯାଇଥିବା ଏହି ଚନ୍ଦ୍ରଯାନ ଦୀର୍ଘ ୪୨ ଦିନ ଯାତ୍ରାପରେ ବୁଧବାର ସନ୍ଧ୍ୟା ଘ୬.୪ମି ସମୟରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଛି । ଯାହାକି ଭାରତ ସାରା ବିଶ୍ୱରେ ୪ର୍ଥ ସ୍ଥାନ ଅଧିକାର କରିଛି । ଏହା ଭାରତ ପାଇଁ ଗର୍ବ ଓ ଗୌରବର ଇତିହାସ ରଚନା କରିଛି ବୋଲି ଆଲୋଚନା ହୋଇ ଶିଶୁମାନଙ୍କୁ ଅଧିକ ଜ୍ଞାନ ଆରୋହଣ ଉପରେ ଦିଗଦର୍ଶନ ଦିଆଯାଇଛି । ଏହାର ସଫଳତାର କାହାଣୀ ଶିଶୁମାନଙ୍କୁ ଲାଇଭ୍ ଭିଡିଓ ପ୍ରୋଜେକ୍ଟର ମାଧ୍ୟମରେ ଦେଖାଯାଇଥିଲା । ଶେଷରେ ଏହାର ସଫଳ କାମନା ସହିତ ସମସ୍ତ ଇସ୍ରୋ-ବୈଜ୍ଞାନିକମାନଙ୍କ ସଫଳ ପ୍ରୟାସ ପାଇଁ ଧନ୍ୟବାଦ ସହ ସାଧୁବାଦ ଦିଆଯାଇଥିଲା । ବୁଧବାର ସନ୍ଧ୍ୟାରେ ଏହାର ଲାଇଭ୍ ଦେଖିବାର ବ୍ୟବସ୍ଥା କରାଯାଇ ମହାକାଶ ବିଜ୍ଞାନ ଉପରେ ଗଭୀର ଜ୍ଞାନ ଆହରଣ କରାଯାଇଛି ।

Leave A Reply

Your email address will not be published.

twenty + 13 =