csstore

ପଞ୍ଚମ ମା’ ମାହେଶ୍ବରୀ କ୍ରିକେଟ ପ୍ରତିଯୋଗିତା ଉଦଯାପିତ : ଫଟାମୁଣ୍ତା ଉପବିଜେତା ଓ ଦେଢେଣମାଳ ଚାମ୍ପିଅନ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ମସିଣାଗୋରା ଖେଳ ପଡିଆ ଠାରେ ଆୟୋଜିତ ହୋଇଥିବା ପଞ୍ଚମ ମା’ ମାହେଶ୍ବରୀ କ୍ରିକେଟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ୧୬ଟି ଦଳକୁ ନେଇ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗାତାର ଅନ୍ତିମ ଖେଳ ଫଟାମୁଣ୍ତା ଏଂ ଦେଢେଣମାଳ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଫଟୁମୁଣ୍ତା ଦଳ ଟସ୍ ଜିଣି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ୮ଓଭର ଖେଳରେ ୫ୱିକେଟ ହରାଇ ୬୭ ରନ୍ ସଂଗ୍ରହ କରିଥିଲା । ଜବାବରେ ଦେଢେଣମାଳ ଦଳ ୭.୨ ଓଭର ଖେଳରେ ୭ ୱିକେଟ ହରାଇ ୬୮ ରନ ସଂଗ୍ରହ କରି ବିଜୟୀ ହୋଇଥିଲା । ଶଙ୍କର୍ଷଣ ସାହୁ ଏବଂ ଲମ୍ବୋଦର ବେହେରା ଖେଳ ପରିଚାଳନା କରିଥିଲେ । ଭକ୍ତ ସାହୁ ଓ ପ୍ରଦୀପ ସାହୁ ସ୍କୋରର ଏବଂ ସୁଶାନ୍ତ ବାରିକ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ । ପୁରସ୍କାର ବିତରଣ ଉତ୍ସବରେ ଗ୍ରାମରୋଜଗାର ସେବକ ସମୀର ଖଟୁଆ ମୁଖ୍ୟ ଅତିଥି ଏବଂ ଅବସରପ୍ରାପ୍ତ ପ୍ରାଣୀଧଣ ନିରିକ୍ଷକ ରାଧାଚରଣ ବସ୍ତିଆ, ପ୍ରତାପ ରଣା, ପୁରାତନ ଖେଳାଳି ସତନ ମେଣ୍ତିଲି, ସାମ୍ବାଦିକ ବଂଶୀଧର ମାଝୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବିଜେତା ଦେଢେଣମାଳ, ଉପବିଜେତା ଫଟାମୁଣ୍ତା ଏବଂ ମ୍ୟାନ ଅଫ ଦି ସିରିଜ ଫଟାମୁଣ୍ତା ଦଳର ଖେଳାଳି ଦେବେନ୍ଦ୍ର ଭୋଇ, ମ୍ୟାନ ଅଫ ଦି ମ୍ୟାଚ ଭାବେ ଦେଢେଣମାଳ ଦଳର ଖେଳାଳି ଦକ୍ଷଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା । ଆୟୋଜକ ଏମଏମସିସି କ୍ଲବର ସଭାପତି ରଞ୍ଜିତ ଖଟୁଆ ଉପ ସଭାପତି ସୁନୀଲ ଖଟୁଆ, ଅଧିନାୟକ ସିବେକା ଖଟୁଆ, ସଂପାଦକ ନିତ୍ୟାନନ୍ଦ କର୍ମୀ, ଭଜମନ ମେଣ୍ତିଲି ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.