oom

‌ଦ୍ୱାଦଶ ବାର୍ଷିକ ରୟାଲ ଷ୍ଟାର୍ ଫୁଟବଲ ପ୍ରତିଯୋଗିତା ଉଦଯାପିତ : ପେନାଲ୍ଟିରେ ସିଲେଟକାନିକୁ ହରାଇ ଲଣ୍ଡାପଥର ଚାମ୍ପିଅନ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡବନ୍ଧ ହାଇସ୍କୁଲ ପଡିଆରେ ସିଲେଟକାନୀର ଦ୍ଵାଦଶ ବାର୍ଷିକ ରୋୟାଲ ଷ୍ଟାର୍ ଫୁଟବଲ ଏସୋସଏସନ୍ ଟୁର୍ଣ୍ଣାମେଣ୍ଟ ବୁଧବାର ଦିନ ହୋଇଥିବା ଉଦଯାପନୀ ଦିନର ପ୍ରଥମ ସେମିଫାଇନାଲ ମ୍ୟାଚରେ ମହିପୁରକୁ ଲଣ୍ଡାପଥର ଓ ଦ୍ବିତୀୟ ସେମିଫାଇନାଲ ମ୍ୟାଚରେ ଫଟାମୁଣ୍ଡାକୁ ସିଲେଟକାନୀ ଦଳ ହରାଇ ଫାଇନାଲରେ ପହଞ୍ଚିଥିଲା । ଫାଇନାଲ ଖେଳରେ ପେନାଲ୍ଟିର ସହଯୋଗରେ ଲଣ୍ଡାପଥର ଚାମ୍ପିଅନ ହୋଇଥିଲା ।

ଉଦଯାପନୀ ଉତ୍ସବରେ ଲକ୍ଷ୍ମୀ ପ୍ରସାଦ ମେହେର ସଭା ପରିଚାଳନା କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବ ବ୍ଲକ୍ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର, ସମ୍ମାନିତ ଅତିଥି ଭାବେ ଧାଣ୍ଡାମାଲ ସରପଞ୍ଚ ତଥା ଦେଓଗାଁ ବ୍ଲକ୍ ସରପଞ୍ଚ ସଂଘର ସଭାପତି ଦୟାନିଧି ଖମାରୀ, ଅକ୍ଷୟ ଦୋରା, ଗୌନ୍ତିଆ ଚୈତନ୍ୟ ପଟେଲ୍, ସ୍ଥାନୀୟ ସରପଞ୍ଚ ଧୁବଲେଶ୍ୱର୍ ରାଉତ, ପୂର୍ବ ସରପଞ୍ଚ ଅନ୍ତର୍ୟ୍ୟାମୀ ଭୋଇ, ଭାଗିରଥି ମେହେର ପ୍ରମୁଖ ଯୋଗ ଦେଇଥିଲେ । ପରିଚାଳନା କମିଟିର ସମସ୍ତ ସଦସ୍ୟ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.