csstore

ନୟାପାଲିରେ ବାବା କଞ୍ଚନେଶ୍ୱର ମହାଦେବଙ୍କ ଚଡ଼କ ପର୍ବ ଶୁଭାରମ୍ଭ

ଭୋଗରାଇ, (ଶିବନାରାୟଣ ପାତ୍ର) : ଖରିଦପିପଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନୟାପାଲି ଗ୍ରାମରେ ବାବା କଞ୍ଚନେଶ୍ୱର ମହାଦେବଙ୍କ ମହା ପବିତ୍ର ଚଡ଼କ ପର୍ବର ରିତିନୀତି କାର୍ଯ୍ୟ ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକୁ କଞ୍ଚନେଶ୍ୱର ମହାଦେଙ୍କ ପୂଜାର୍ଚ୍ଚନା କରୁଥିବା ପୁରୋହିତ ଜୀବନକୃଷ୍ଣ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତ୍ୱାବଧାନରେ ପାଟଭକ୍ତ ସୁଶାନ୍ତ ଦେଙ୍କ ସମେତ ତେର ଭକ୍ତ ସାଙ୍ଗକୁ ମନ୍ଦିର ମୁଖିଆ ମୃତ୍ୟୁଞ୍ଜୟ ଦେ ଏବଂ ବହୁ ଶ୍ରଦ୍ଧାଳୁ ଭକ୍ତ ମିଶି ଗ୍ରାମର ପଶ୍ଚିମ ପାର୍ଶ୍ୱ ହାକାଣ୍ଡ ପୋଖରୀ ନିକଟରେ ଘଟ ଉତ୍ତୋଳନ କରି ପ୍ରଥମେ ମାଆ ବାଡ୍ରାଜ ଚଣ୍ଡୀଙ୍କ ନିକଟରେ ରିତିନୀତି ସେବା କାର୍ଯ୍ୟକରି ମହାଦେବଙ୍କ ମନ୍ଦିରକୁ ପ୍ରବେଶ କରିଥିଲେ । ଉକ୍ତ ଚଡ଼କ ପର୍ବର ନୀଳ ପର୍ବ ଆସନ୍ତା ୧୪ ତାରିଖ ଏବଂ ୧୫ ତାରିଖରେ ପାଟ ପର୍ବ ପାଳନ କରାଯିବ ବୋଲି ଗ୍ରାମର ସଭାପତି ତରୁଣକାନ୍ତି ପାତ୍ର ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.