jsm

ଭଗବାନ ମିଶ୍ର ସ୍ମୃତି ସମିତି ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

csstore

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ଥାନୀୟ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟଠାରେ ଆଜି ଭଗବାନ ମିଶ୍ର ସ୍ମୃତି ସମିତିର ସଭାପତି ସରଦାର ପ୍ରୀତମ ସିଂଙ୍କ ନେତୃତ୍ୱରେ ‘ଵୃକ୍ଷ ରୋପଣ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରେଣୁ ଦାଶ ଶର୍ମା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ପ୍ରଥମେ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ସ୍କୁଲ କମିଟି ଅଧ୍ୟକ୍ଷ ଅଶୋକ ମଲ୍ଲିକ, ବିଦ୍ୟାଳୟର ଶିକ୍ଷୟତ୍ରୀ ଶ୍ରୀମତୀ କମଳା ଦାଶ, ବ୍ରଜେଶ୍ୱରୀ ପଣ୍ଡା, ମିନତୀ ଷଡ଼ଙ୍ଗୀ, ଶିଳ୍ପା ଦାଶ, ସ୍ମୃତି ସମିତିର ଅଧ୍ୟକ୍ଷ ପ୍ରଫେସର ଅମରେନ୍ଦ୍ର ନାରାୟଣ ଯାଦବ, ସମ୍ପାଦକ ପ୍ରାଧ୍ୟାପକ ପ୍ରତୁଲ ଚନ୍ଦ୍ର ତ୍ରିପାଠୀ, ଉପଦେଷ୍ଟା ପ୍ରାଧ୍ୟାପକ ସନ୍ତୋଷ କୁମାର ପଣ୍ଡା, ପ୍ରକୃତି ମିତ୍ର ଜଗଦୀଶ ସୈନ, ବିନୋଦ ସାହୁ, ନୀଲାମ୍ବର ମେହେର, ବାଳକୃଷ୍ଣ ମିଶ୍ର, ଅଭିମନ୍ୟୁ ଭୋସଗାର, କମଳ ଯୋଶୀ, କୁଶ ଭୂୟାଁ, ଅଧ୍ୟାପକ ନବକୃଷ୍ଣ ମିଶ୍ର, ଗୋପାଳ ଷଡ଼ଙ୍ଗୀ, ଡାକ୍ତର ରାମକୃଷ୍ଣ ମିଶ୍ରଙ୍କ ସମେତ ଛାତ୍ରୀମାନେ ‘ବୃକ୍ଷ ହିଁ ଜୀବନ’ ସ୍ଲୋଗାନ ସହ ବିଭିନ୍ନ ପ୍ରକାର ଔଷଧୀୟ ଓ ମୂଲ୍ୟବାନ ଗଛ ସ୍କୁଲ ପରିସରରେ ରୋପଣ କରିଥିଲେ ।

yuvodaya
Leave A Reply

Your email address will not be published.