ବିଏମ୍‌ସିର ନୂତନ କୋଠା ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅଗଷ୍ଟ ୧୫ ସ୍ବାଧୀନତା ଦିବସରେ ବିଏମ୍‌ସିର ନୂତନ କୋଠା ଉଦ୍‌ଘାଟନ ହେବ । ପ୍ରାୟ ୭୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ଅଟ୍ଟାଳିକା ଲୋକଙ୍କ ପାଇଁ ଖୋଲିବ । ତେବେ ସ୍ମାର୍ଟ ସିଟି ମିଶନର ଅନ୍ୟତମ ଏହି ଡ୍ରିମ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ । ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି ।

କେବଳ ବିଏମ୍‌ସିି ନୂଆ ବିଲ୍ଡିଂ ନୁହେଁ ସହିଦନଗର ଏବଂ ୟୁନିଟ-୨ ସ୍ଥିତ ବହୁତଳ କାର ପାର୍କିଂର ବି ଉଦ୍‌ଘାଟନ କରାଯିବ । ଏହି ବହୁତଳ କାର୍‌ ପାର୍କିଂରେ ଏକାସାଙ୍ଗରେ ୪୫୦ କାର୍‌ ପାର୍କିିଂ ହୋଇ ପାରିବ । ସେହିପରି ବାପୁଜୀନଗର ସ୍ଥିତ ଇଣ୍ଟରଗ୍ରେଟେଡ ପବ୍ଲିକ ସର୍ଭିସ ସେଣ୍ଟର (ଆଇପିଏସ୍‌ସି)ର ମଧ୍ୟ ଉଦ୍‌ଘାଟନ ହେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ଇ-ସେବା, ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଦୋକାନ ହେବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.