csstore

ବିଜେଡ଼ିର ଦଳୀୟ କାର୍ଯ୍ୟକ୍ରମରେ ସାମାଜିକ ନାରାକୁ ବ୍ଲକ୍ ଯାଦବ ସମାଜର ବିରୋଧ

ଟିଟିଲାଗଡ, (ଗୌରବ ଦର୍ଜୀ) : ଗତ ୮ ତାରିଖରେ ମୁରିବାହାଲ ବ୍ଲକ୍ ମୁଖ୍ୟାଳୟ ସ୍ଥିତ ଫରେଷ୍ଟ ବଙ୍ଗଳା ଠାରେ ଆୟୋଜିତ ବିଜେଡିର ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ଯାଦବ ସମାଜର କିଛି ବ୍ୟକ୍ତି ବିଜେଡ଼ି ଦଳରେ ଯୋଗଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ମୁରିବାହାଲ ବ୍ଲକ୍ ଯୁବ ବିଜେଡ଼ିର ସଭାପତି ଚିତ୍ତ ରଞ୍ଜନ ବାଗ ଆୟୋଜିତ କରିଥିଲେ । ଏଥିରେ ବିଗତ ବର୍ଷ ବିଧାନସଭା ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ଅଜୟ ଦାସ ଅତିଥି ଭାବେ ଯୋଗଦାନ କରିଥିଲେ । ତେବେ ଉକ୍ତ କାର୍ଯ୍ୟକ୍ରମରେ କିଛି ହାତଗଣତି ଲୋକଙ୍କୁ ନେଇ ଯାଦବ ସମାଜ ନାଁରେ ଯାଦବ ସମାଜର ସାମାଜିକ ନାରା ଜୟ ଯାଦବ, ଜୟ ମାଧବ ନାରା ଦିଆଯାଇଥିବା ନେଇ ଆଜି ମୁରିବାହାଲ ବ୍ଲକ୍ ଯାଦବ ସମାଜ ଅଭିଯୋଗ କରିଛି । ଏନେଇ ମୁରିବାହାଲ ବ୍ଲକ୍ ଯୁବ ଯାଦବ ସଭାପତି ଗଙ୍ଗାଧର ହେର୍ଣ୍ଣାଙ୍କ ନେତୃତ୍ୱରେ ସ୍ଥାନୀୟ ଯାଦବ ଭବନ ଠାରେ ସଂପୃକ୍ତ ବ୍ଲକ୍ ଅଞ୍ଚଳର ଶତାଧିକ ଯାଦବ ସମାଜର ବ୍ୟକ୍ତିଙ୍କୁ ନେଇ ଏକ ପ୍ରତିବାଦ୍ ସଭା ଏବଂ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏଥିରେ ସାମିଲ୍ ଯାଦବ ସମାଜର ବ୍ୟକ୍ତି ମାନେ ପୁରା ସମାଜକୁ ନେଇ ରାଜନୈତିକରଣ କରାନଯାଉ ବୋଲି ନିଜ ନିଜର ମତବ୍ୟକ୍ତ କରିବା ସହ କିଛି ସ୍ୱାର୍ଥପର ବ୍ୟକ୍ତି ନିଜ ସ୍ୱାର୍ଥ ସାଧନ ପାଇଁ ଯାଦବ ସମାଜ ନାଁରେ ରାଜନୀତି କରୁଥିବା ଅଭିଯୋଗ କରିଥିଲେ ଏବଂ ସମାଜ ନାଁରେ ଏଭଲି ହୀନ ଚକ୍ରାନ୍ତକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ୍ ଗ୍ରହଣ କରିବାକୁ ଦାବୀ କରିଥିଲେ ।

jayashree
Leave A Reply

Your email address will not be published.