csstore

ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ୨୭ ତମ ବିଶ୍ଵ ଆଦିବାସୀ ଦିବସ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଜି ସ୍ଥାନୀୟ ଆଦିବାସୀ ଭବନ ପରିସରରେ ସଂଘ ପକ୍ଷରୁ ୨୭ ତମ ବିଶ୍ଵ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ବିର୍ସା ମୁଣ୍ଡା, ଜୟ ସିଂ ପାଲ ମୁଣ୍ଡା, ଏବଂ ରିଣ୍ଡୋ ମାଝୀଙ୍କ ସହ ସଂଘ ଜିଲ୍ଲା ସଭାପତି ସ୍ଵର୍ଗତ ବ୍ରଜ କିଶୋର ସିଂ ଭୋଇଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ୱଳନ ସହ ପୁଷ୍ପ ମାଳ୍ୟ ଅପର୍ଣ କରାଯାଇଥିଲା । ସଂଘ ସଭାପତି ଅଷ୍ଟ ରତ୍ନ ବରିହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପ୍ରାରମ୍ଭିକ ସାମୁହିକ ଭାବରେ ସଂଗ୍ରାମୀ ସଂଗୀତ ସଂଘର ଯୁଗ୍ମ ସମ୍ପାଦକ ଗିରିଧାରୀ ଭୋଇ ଗାଇଥିଲେ । ଉପ ସଭାପତି ଗଦି ବରିହା, ସଂପାଦକ ସାରଥୀ ବାଗ, ମରୁଆଁ ପଞ୍ଚାୟତ ସରପଞ୍ଚ ତଥା ଆଦିବାସୀ ନାରୀ ନେତ୍ରୀ ସନ୍ତୋଷିନୀ ବିଶି, ଯୁଗ୍ମ ସମ୍ପାଦକ ଗିରିଧାରୀ ଭୋଇ, ସଂଗଠକ ଲେକୃ ଧରୁଆ, ଜତିନ ବୁଡେକ ପ୍ରମୁଖ ଯୋଗଦେଇ ଆଦିବାସୀଙ୍କ ହକ ଅଧିକାରୀ ଶିକ୍ଷା, ସ୍‌ସ୍ୱାସ୍ଥ୍ୟ, ସଂସ୍କୃତି, ଐତିହ୍ୟ, ପରମ୍‌ମ୍ପରା ଏକତା, ସାମ୍ବିଧାନିକ ଅଧିକାର, ଭାଷା ସୁରକ୍ଷା ଉପରେ ଆଲୋକପାତ କରିଥିଲେ । ପରେ ୭ ଦଫା ସମ୍ବଳିତ ଦାବୀପତ୍ର ସହକାରୀ ଉପଜିଲ୍ଲାପାଳ କ୍ଷିରୋଦ ଚଂଦ୍ର ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ । ଚଳିତ ଶିକ୍ଷା ବର୍ଷରେ ହେବାକୁ ଥିବା ଯୁକ୍ତ ଦୁଇ, ଗ୍ରାଜୁଏସନ, ଟେକ୍ନିକାଲ, ଭୋକେସନାଲ କଲେଜ ମାନଙ୍କରେ ନାମ ଲେଖା ଫିଜ୍ ସଂପୂର୍ଣ୍ଣ ଛାଡ଼ କରିବା, ମେଡିକାଲ୍, ଇଂଜିନିୟରିଂ, ପ୍ରୋଫେସନାଲ କଲେଜଗୁଡିକରେ ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଶତକଡା ୨୨.୫୦ ପ୍ରତିଶତ ସିଟ୍ ସଂରକ୍ଷଣ କରିବା, ସ୍ମାର୍ଟ ମୋବାଇଲ ଫୋନ ପ୍ରଦାନ କରିବା ଉପରେ ଆଲୋଚନା କରିଥିଲେ ।

jayashree
Leave A Reply

Your email address will not be published.