
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ପୌର ପରିଷଦ ବିରୋଧରେ ଗର୍ଜିଛି ନଗର କଂଗ୍ରେସ କମିଟି । ପୌର ପରିଷଦ ପକ୍ଷରୁ ବଲାଙ୍ଗିରବାସୀଙ୍କୁ ମିଥ୍ୟା ତଥ୍ୟ ଦିଆଯାଇ ଭୁଆଁ ବୁଲାଯାଉଥିବା ଅଭିଯୋଗ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛି ନଗର କଂଗ୍ରେସ । ବଲାଙ୍ଗିର ପୌର ପରିଷଦକୁ ନେଇ ତେଜିଛି ରାଜନୀତି । ରାଜ୍ୟସ୍ତରୀୟ ମୂଲ୍ୟାୟନରେ ପୌର ପରିଷଦ ୧୨ ନମ୍ବର ସ୍ଥାନରେ ରହି ଏକ କୋଟି ଟଙ୍କା ପୁରସ୍କାର ପାଇବାକୁ ଘୋଷିତ ହୋଇଥିବା କଂଗ୍ରେସ କହିଛି । କିନ୍ତୁ ପୌର ପରିଷଦ ପକ୍ଷରୁ ବଲାଙ୍ଗିର ପ୍ରଥମ ସ୍ଥାନ ହାସଲ କରିଥିବା ଭଳି ପ୍ରଚାର କରାଯାଉଛି ବୋଲି ନଗର କଂଗ୍ରେସ ଅଭିଯୋଗ କରିଛି । କଂଗ୍ରେସ ଏହାକୁ ନେଇ ପୌର ପରିଷଦ ବିରୋଧରେ ନାରାବାଜି ସହ ବିକ୍ଷୋଭ ପ୍ରଦର୍ଶନ କରିଛି ।