ପୁଣି ପୋଲିସ-ମାଓବାଦୀ ଗୁଳି ବିନିମୟ : ବିପୁଳ ପରିମାଣର ମାଓ ସାମଗ୍ରୀ

ମାଲକାନଗିରି : ପୁଣି ସ୍ୱାଭିମାନ ଅଞ୍ଚଳରେ ପୋଲିସ-ମାଓବାଦୀ ଗୁଳି ବିନିମୟ ହୋଇଛି ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ମାଲକାନଗିରି ପିପଲିପଦର ଜଙ୍ଗଲରେ ମାଓବାଦୀମାନେ ଏକ କ୍ୟାମ୍ପ କରିଥିବା ନେଇ କୌଣସି ସୂତ୍ରରୁ ଖ‌ବର ମଳିବାପରେ ଏସଓଜି ଓ ଡିଭିଏଫ୍ ଯବାନ କମ୍ବିଂ ଅପରେସନ୍ ଜଙ୍ଗଲରେ ପହ‌ଞ୍ଚିଥିଲେ । ସୁରକ୍ଷାକର୍ମୀ ଆସିବା ଦେଖି ମାଓବାଦୀ ଗୁଳିଚାଳନା କରିଥିଲେ । ଯାହାର କଡ଼ା ଜବାବ ଦେଇଛନ୍ତି ଯବାନ । ପ୍ରାୟ ଦୁଇ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଉଭୟ ପକ୍ଷରୁ ଗୁଳିବିନିମୟ ହୋଇଥିବା ଜଣାପଡିଛି । ମାଲକାନଗିରି କୋରାପୁଟ ଓ ବିଶାଖାପାଟଣା ଡିଭିଜନର ଶତାଧିକ ନକ୍ସଲ ସେଠାରେ ଉପସ୍ଥିତ ରହିଥିବା ମାଲକାନଗିରି ଏସପି ରିଶିକେଷ ଖିଲାରୀ ସୂଚନା ଦେଇଛନ୍ତି । ଘଟଣାସ୍ଥଳରୁ ସୁରକ୍ଷାବାହିନୀ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛନ୍ତି । ବ‌ର୍ତ୍ତମନା ମଧ୍ୟ କ‌ମ୍ବିଂ ଅପରେସନ୍‌ ଜାରି ରହିଥିବା ଜଣାପଡିଛି ।

Leave A Reply

Your email address will not be published.