ଆଦର୍ଶ ଶିକ୍ଷକ ବିନାୟକ ବିଶ୍ୱାଳଙ୍କ ଦେହାନ୍ତ

ଲୋଇସଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ରତାଖଣ୍ଡି ଗ୍ରା.ପ. ଅନ୍ତର୍ଗତ ଫଲସାମାଲ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବିନାୟକ ବିଶ୍ୱାଳ(୩୮)ଙ୍କ ଗତକାଲି ସକାଳ ୭ଘଂଟା ସମୟରେ ଦେହାନ୍ତ ହୋଇଥିବା ଖବର ମିଳିଛି । ପ୍ରାୟ ୩ ମାସ ହେବ ସେ କିଡିନି ରୋଗରେ ଆକ୍ରାନ୍ତ ହେବା ପରେ କଟକ, ଭୁବନେଶ୍ୱର ତଥା ବଲାଙ୍ଗିରର ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ତେବେ ଗତକାଲି ସକାଳେ ତାଙ୍କ ପରଲୋକ ହୋଇଥିବା ବେଳେ ଆଖପାଖ ଅଞ୍ଚଳରେ ତଥା ବଲାଙ୍ଗିର ଜିଲ୍ଲାର ଶିକ୍ଷକ ମହଲରେ ଶୋକର ଛାୟା ଖେଳି ଯାଇଛି । ସେ ତାଙ୍କ ବିଧବା ମା’, ଧର୍ମପତ୍ନୀ, ସାନଭାଇ ଓ ୧୦ ମାସର ଗୋଟିଏ ଝିଅକୁ ଛାଡି ଚାଲିଯାଇଛନ୍ତି । ତାଙ୍କ ବଡବାପା ହୃଷିକେଶ ବିଶ୍ୱାଳ ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତ ଶିକ୍ଷକ ଶ୍ରୀ ବିଶ୍ୱାଳ ଏକାଧାରରେ ଜଣେ ଆଦର୍ଶ ଶିକ୍ଷକ, ବାଦ୍ୟକାର ତଥା ସ୍ୱେଚ୍ଛାସେବୀ ଭାବରେ ସୁନାମ ଅର୍ଜନ କରିଥିଲେ । ତାଙ୍କ ଗ୍ରାମ ଫଲସାମାଲରେ ତାଙ୍କ ଶେଷକୃତ୍ୟ ସମାପନ ହୋଇଥିବା ବେଳେ ଆଖପାଖ ଅଞ୍ଚଳର ବହୁ ଜଣାଶୁଣା ବ୍ୟକ୍ତି ଶ୍ମଶାନରେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.

8 + eighteen =

error: Content is protected !!