oom

ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ଦ୍ୱାରା ଯୁବ ଅନୁଷ୍ଠାନ ବିକାଶ କାର୍ୟ୍ୟକ୍ରମ

jsmm

କଳାହାଣ୍ଡି, ( ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକରେ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡିର ଯୁବ ସଂଯୋଜକ ପ୍ରସନ୍ନ ମେହେର ଓ ଲେଖାପାଳ ଦ୍ଵିତୀୟା ବନଛୋରଙ୍କ ନେତୃତ୍ୱରେ ମଦନପୁର ରାମପୁରର ବିଭିନ୍ନ ଯୁବକ ସଙ୍ଘରେ ୦୩ ରୁ ୦୭ ତାରିଖ ମଧ୍ୟରେ ଯୁବ ଅନୁଷ୍ଠାନ ବିକାଶ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସେଥିମଧ୍ୟରୁ ବିବେକାନନ୍ଦ ୟୁଥ କ୍ଳବ ଅଲାତରା, ସୁନାମୂଖୀ ୟୁଥ କ୍ଳବ, ଅଲାତରା, ରାଧାକୃଷ୍ଣ କ୍ଳବ, ଗୋଛାଡେଂଗେନ, ବୀଣାପାଣି କ୍ଳବ ମେଟାଗୁଡା, ରଘୁମଣି ପାଠାଗାର ସିକେଲକୁପା, ବିବେକାନନ୍ଦ କ୍ଳବ ବେନାଗୁଡା ଏବଂ ବ୍ଲକର ପଚାଶଟି କ୍ଳବରେ ଯୁବ ଅନୁଷ୍ଠାନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ୟ୍ୟକ୍ରମରେ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ଜାତୀୟ ଯୁବ ସ୍ବେଚ୍ଛାସେବୀ ମିଲନ କୁମାର ଭୋଇ, ଅମିତ କୁମାର ସାହୁ, ମୁକେଶ ବାରିକ, ସମାନ୍ତ ମାଝି, କ୍ଷୀରୋଦ୍ର ସାହୁ ଏବଂ ପୂର୍ବତନ ଜାତୀୟ ଯୁବ ସ୍ବେଚ୍ଛାସେବୀ ଡୁଳେନ୍ଦ୍ର ସାହୁ ଏବଂ ୟୁଥ ଲିଡ଼ର ଶନତ କୁମାର ସାହୁ ବିଭିନ୍ନ ଯୁବ ଅନୁଷ୍ଠାନକୁ ଯାଇ ନୂତନ କ୍ଳବ ଗଠନ ଏବଂ ଅନୁଷ୍ଠାନର ବିକାଶ ଅଭିମୁଖେ ଆଲୋଚନା କରିଥିଲେ । ଉକ୍ତ କାର୍ୟ୍ୟକ୍ରମରେ ସମସ୍ତେ ମାସ୍କ ବ୍ୟବହାର ଓ ସମାଜିକ ଦୂରତା ଅବଲମ୍ବନ କରି କାର୍ୟ୍ୟକ୍ରମକୁ ସଫଳ କରିଥିଲେ।

jittmm
Leave A Reply

Your email address will not be published.