csstore

ସାର କଲାବଜାରୀକୁ ବିଜେପିର ବିକ୍ଷୋଭ ପରେ ବିଭାଗୀୟ ଅଧିକାରୀଙ୍କ ଚଢ଼ାଉ : ଅନିୟମିତତା ଅଭିଯୋଗରେ ଦୋକାନକୁ ସିଲ୍ ସହ ଲାଇସେନ୍ସ ରଦ୍ଦ ସାଙ୍ଗକୁ କାରଣ ଦର୍ଶାଅ ନୋଟିସ ଜାରି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତକାଲି ପାଇକମାଲ ବିଜେପି ପକ୍ଷରୁ ସାର୍‌ କଲାବଜାରୀକୁ ବିରୋଧ କରି କୃଷି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଏହାକୁ ଦୃଷ୍ଟି ଦେଇ ଆଜି ପାଇକମାଲ ବିଭାଗୀୟ କୃଷି ଅଧିକାରୀ ବେଆଇନ ଭାବେ ବିକ୍ରି କରୁଥିବା କଲାବେପାରୀ ସାର ଦୋକାନ ଉପରେ ଚଢ଼ାଉ କରିଥିବା ବିଭାଗୀୟ ସୁତ୍ରରୁ ସୂଚନା ମିଳିଛି । ସୂଚନା ଅନୁସାରେ ପାଇକମାଲ ସହକାରୀ କୃଷି ଅଧିକାରୀ ଝୁମି ମେହେର ସହ କୃଷି ଓଭରଷିର ମନୋରଞ୍ଜନ ପୁରୋହିତ ସ୍ଥାନୀୟ ଟାୟଲ ଟ୍ରେଡ ଫର୍ଟିଲାଇଜର ଓ କୀଟନାଶକ ଦୋକାନରେ ଚଢ଼ାଉ କରି ବେଆଇନ ଭାବେ ବିକ୍ରି କରୁଥିବା ଉକ୍ତ ସାର ଦୋକାନୀଙ୍କ ନାମରେ ଅନିୟମିତତା ଅଭିଯୋଗ ହେଉଥିବା ହେତୁ ଦୋକାନକୁ ସିଲ୍ କରିବା ସହ ଲାଇସେନ୍ସ ରଦ୍ଦ କରିବା ସମେତ ଅନ୍ୟ କମଳେଶ ଟେଡର୍ସ ନାମକ ଦୋକାନର ବିରୁଦ୍ଧରେ ମଧ୍ୟ ଆସୁଥିବା ଅଭିଯୋଗ ଭିତ୍ତିରେ କାରଣ ଦର୍ଶାଅ ବୋଲି ନୋଟିସ ଜାରି କରିଛନ୍ତି । ଏନେଇ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପଦ୍ମପୁରଙ୍କୁ ସୁପାରିଶ କରିଥିବା ଜଣାପଡିଛି ।

jayashree
Leave A Reply

Your email address will not be published.