
ରାଉରକେଲା, (ସସ୍ମିତା ପ୍ରଧାନ) : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ରାଉରକେଲା ମହାନଗର ତରଫରୁ ଶତବାର୍ଷିକୀ ଉତ୍ସବ ପାଳନ ଓ ବିଜୟା ଦଶମୀ ଚିନ୍ତନ ମାହେଶ୍ୱରୀ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ପ୍ରଚାରକ କ୍ଷେତ୍ର ସମ୍ପର୍କ ପ୍ରମୁଖ ବିଦ୍ୟୁତ୍ ମୁଖାର୍ଜୀ ଓ ଓଡ଼ିଶା ପଶ୍ଚିମ ସଂଘ ଚାଳକ ଡ. ସନାତନ ପ୍ରଧାନ ଉପସ୍ଥିତ ରହି ସର-ସଂଘ ଚାଳକ ମୋହନଜୀ ଭାଗବତ ନାଗପୁର ଠାରେ ବିଜୟା ଦଶମୀ ଅବସରରେ ପ୍ରଦାନ କରିଥିବା ମାର୍ଗଦର୍ଶନକୁ ରାଉରକେଲାର ପ୍ରବୁଦ୍ଧ ବ୍ୟକ୍ତିତ୍ଵମାନଙ୍କ ଭିତରେ ବାଣ୍ଟିଥିଲେ । ଏହି ଅବସରରେ ଭାଗବତଜୀଙ୍କ ଦ୍ୱାରା ଆଲୋଚିତ ପଞ୍ଚ ପରିବର୍ତ୍ତନ ଯଥା କୁଟୁମ୍ବ ପ୍ରବୋଧନ, ପର୍ଯ୍ୟାବରଣ ସୁରକ୍ଷା, ସାମାଜିକ ସମରସତା, ନାଗରିକ କର୍ତ୍ତବ୍ୟବୋଧ ଏବଂ ‘ସ୍ୱ’ ଜାଗରଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଉପସ୍ଥିତ ଥିବା ପ୍ରବୁଦ୍ଧ ବ୍ୟକ୍ତିତ୍ଵଗଣ ଭାରତୀୟ ଶିକ୍ଷା, ପରମ୍ପରା, ସାମାଜିକ ଐକ୍ୟବଦ୍ଧତା, ରାଷ୍ଟ୍ର ପ୍ରତି ପ୍ରତିବଦ୍ଧତା ସମ୍ପର୍କରେ ଚର୍ଚ୍ଚା-ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଡ. ରବୀନ୍ଦ୍ର କୁମାର ଜେନା, କରୁଣାକର ପାଟ୍ଟଶାଣୀ, ରଙ୍ଗ ବାହାଦୁର ବାଗ, ଦୁର୍ଗାପ୍ରସାଦ ମହାପାତ୍ର, ଅନିଲ ଶର୍ମା, ପ୍ରଫେସର ଶିବକୁମାର ମିଶ୍ର, ଆର୍ସି ପ୍ରଧାନ, ଦିଲ୍ଲୀପ କେଡିଆ, ଶଙ୍କର ପ୍ରସାଦ ତ୍ରିପାଠୀ, ପ୍ରେମଲାଲ ବାନାର୍ଜୀ, ବିଷ୍ଣୁ ମିଶ୍ର, ଗଜେନ୍ଦ୍ର ପ୍ରଧାନ, ଡି. ଚୌଧୁରୀ, ମନୋଜ ବଂଶଲ, ସୂରଜ ବେହେରା, କୁଞ୍ଜବିହାରୀ ରାଉତ, ସୁରଞ୍ଜନ ପଣ୍ଡା, ଡ. ସୁବ୍ରତ ମାଇତି, ପ୍ରଫେସର ଦିଲ୍ଲୀପ ପ୍ରଧାନ, ସସ୍ମିତା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବରିଷ୍ଠ ପ୍ରଚାରକ ବିଷ୍ଣୁ ପାତ୍ର, ପ୍ରଚାରକ ସୁବ୍ରତ ସାମନ୍ତରାୟ, ଶେଷଦେବ ସେଠୀ, ଶ୍ୟାମସୁନ୍ଦର ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବାବେଳେ ଶେଷରେ କୃଷ୍ଣକୁମାର ଜୟସ୍ୱାଲ ଧନ୍ୟବାଦ ଅର୍ପଣ କରିଥିଲେ ।