ଉଦ୍ୟାନ ବିଭାଗ ପକ୍ଷରୁ ଚାଷୀଙ୍କୁ ପନିପରିବା ବିହନ ବଂଟନ

ସିନ୍ଧେକେଲା, (ହୁଲେଶ୍ୱର ହଂସ) : କୋଭିଡ-୧୯ କରୋନା ମହାମାରୀ ସମୟରେ ଚାଷୀମାନେ ଘରେ ଥାଇ ଚାଷ କରିବା ପାଇଁ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଅଂଚଳର ବହୁ ପନିପରିବା ଚାଷୀଙ୍କୁ ବିହନ ବଂଟନ ପାଇଁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସିନ୍ଧେକେଲା ଜୋନ୍‌ର ଜିଲ୍ଲା ପରିଷଦ ସଦସ୍ୟା ଛନ୍ଦାରାଣୀ ନାଏକ, ସମ୍ମାନିତ ଅତିଥି ଭାବେ ସମାଜସେବୀ ଅନୀଲ ନାଏକ ମଧ୍ୟ ଉପସ୍ଥିତ ଥିଲେ । ଚାଷୀମାନେ ବିହନ ପାଇବା ଥିବାରୁ ଖୁସି ଅନୁଭବ କରିଥିଲେ । ଏଥିରେ ଉଦ୍ୟାନ ବିଭାଗର କର୍ମଚାରୀମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.