ବିଦ୍ୟୁତ ଖୁଣ୍ଟରେ ପିଟିହେଲା ବାଇକ୍‌ : ୨ ମୃତ

କଣାସ/ପୁରୀ : ବିଦ୍ୟୁତ ଖୁଣ୍ଟରେ ପିଟିହେଲା ବାଇକ୍‌ ୨ ମୃତ । ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଇନ୍ଦିପୁର ମୁଖ୍ୟ ରାସ୍ତାର ଭଣ୍ଡାରୀ ଦଣ୍ଡା ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ହେଲେ ଇନ୍ଦିପୁର ଅଞ୍ଚଳର ଲିପୁନ ସେନାପତି ଏବଂ ପୁପୁନା ପାଢୀ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଦୁଇ ଜଣ ବାଇକ୍‌ ଆରୋହୀ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାଉଥିବା ବେଳେ ଘଟିଲା ଦୁର୍ଘଟଣା । ବାଇକ୍‌ଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଥିଲା । ଯାହାଫଳରେ ଗାଡିରେ ଥିବା ଦୁଇ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଦୁଇ ମୃତକଙ୍କ ଘର ନିକଟସ୍ଥ ଇନ୍ଦିପୁର ଅଞ୍ଚଳରେ ବୋଲି ଜଣାପଡିଛି ।

Leave A Reply

Your email address will not be published.

3 × two =