pakka

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ଗାଈ ଓ ବଳଦଙ୍କ ଜୀବନ

bbehera

ଆର.ଉଦୟଗିରି : ବିଜୟା ଦଶମୀରେ ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ କଳାମେରି ଗ୍ରାମରେ ଅଘଟଣ । ବିଦ୍ୟୁତ୍‌ ତାର ଲାଗି ଗାଈ ଓ ବଳଦର ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ ଯେ, ସବୁ ଦିନ ଭଳି ଗାଈ ଚରାଳିମାନେ ଗାଈ ଗୋଠନେଇ ପଡିଆ ଜମିକୁ ବାହାରିଥିଲେ । କୌଣସି କାରଣ ବଶତଃ ବିଦ୍ୟୁତ ତାର ଛିଡି ତଳେ ପଡିଥିବା ବେଳେ ସେହି ସ୍ଥାନକୁ ଗାଈଗୁଡାକ ଚରିବାକୁ ଯାଇଥିଲେ ।

ସେତିକି ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶ ଆସି ଯନ୍ତ୍ରଣାରେ ଚଟପଟ ହେଉଥିବା ଦେଖି ଚରାଳିମାନେ ପାଖକୁ ଯାଇଥିଲେ । ଏଥିରେ ଗୋଟେ ଗାଈ ଓ ବଳଦର ମୃ୍‌ତ୍ୟୁ ଘଟିଛି । ଏହି ଖବରପାଇ ଗ୍ରାମର ସମସ୍ତ ବ୍ୟକ୍ତି ଘଟଣାସ୍ଥଳରେ ପହଞ୍ଚି ବିଦ୍ୟୁତ୍‌ କର୍ମଚାରୀଙ୍କୁ ଅବଗତ କରାଇ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରିଥିଲେ ।

jay balangir
Leave A Reply

Your email address will not be published.

8 − 4 =

error: Content is protected !!