ଅବସର କାଳୀନ ବିଦାୟ ସମର୍ଦ୍ଧନା

csstore

ତରଭା, (କେପିଏନ୍‌ଏସ୍‌) : ତରଭା ବ୍ଲକ ମେଣ୍ଡା ସ୍ଥିତ ମହର୍ଷି ବୁଦ୍ଧରାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅର୍ଥନୀତି ବିଭାଗର ଅଧ୍ୟାପକ ଦିବାକର ପୋଢ଼ଙ୍କୁ କଲେଜର ପୁରାତନ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ଚାକିରୀର ଅବସର କାଳୀନ ସମର୍ଦ୍ଧନା ଉତ୍ସବ ପାଳନ କରାଯାଇଥିଲା । ଶ୍ରୀ ପୋଢ଼ ଏହି ଶିକ୍ଷାନୁଷ୍ଠାନ ସହ ଦୀର୍ଘ ୩୨ ବର୍ଷ ଜଡ଼ିତ ଥିଲେ । ସେ ନିଜ ତ୍ୟାଗ, ନିଷ୍ଠା, କର୍ତ୍ତବ୍ୟ ପରାୟଣତା ଓ ନୀତି ଆଦର୍ଶ ପାଇଁ ଶିକ୍ଷାର୍ଥୀ, ସହକର୍ମୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଠି କରିପାରିଥିଲେ । ଶ୍ରୀ ପୋଢ଼ ଏହି ଅବସରରେ ସମସ୍ତଙ୍କୁ ଉତ୍ତମ ମାନବ ସମ୍ବଳ ହେବା ପାଇଁ ଆହ୍ଵାନ କରିଥିଲେ । ନିଜ ବକ୍ତବ୍ୟରେ ଶ୍ରୀ ପୋଢ଼ ମାନବୀୟ ମୂଲ୍ୟବୋଧ, ପରୋପକାର ଓ ଗୁରୁ ଶିଷ୍ୟ ସମ୍ପର୍କ ଉପରେ ଗୁରୁତ୍ଵାରୋପ କରିଥିଲେ । ଏହି ସଭାରେ ସଭାପତିତ୍ୱ କରିଥିଲେ କଲେଜର ପୂର୍ବତନ ଛାତ୍ର ଗୋପବନ୍ଧୁ ଝାଙ୍କର, ମୁଖ୍ୟ ଅତିଥି ରୂପେ ଅବସର ପ୍ରାପ୍ତ ଅଧ୍ୟାପକ ଦିବାକର ପୋଢ଼, ସମ୍ମାନିତ ଅତିଥି ରୂପେ କଲେଜର ଅଧ୍ୟକ୍ଷ ରଘୁରାଜ ସିଂ ସେନାପତି, ମୁଖ୍ୟବକ୍ତା ରୂପେ ମେଣ୍ଡା ଗ୍ରାମର ରାଜୀବ କୁମାର ଯୋଶୀ ଯୋଗ ଦେଇଥିଲେ । ସଭାରେ ସମସ୍ତ ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ମଧ୍ୟରେ ଗୋଟିଏ ଭାବପ୍ରବଣତାର ବାତାବରଣ ସୃଷ୍ଟି ହୋଇ ଭାବର ଆଦାନ ପ୍ରଦାନ କରାଯାଇଥିଲା । ପୁରାତନ ଛାତ୍ର ନିରଞ୍ଜନ ମେହେର ଉଦ୍ଦେଶ୍ୟ ଜ୍ଞାପନ କରି ଥିବାବେଳେ ନାରାୟଣ ମହାକୁର ମଞ୍ଚ ପରିଚାଳନା କରିଥିଲେ । ଶେଷରେ ମହେନ୍ଦ୍ର ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.